ନବୀନଙ୍କ ଦୂରଦୃଷ୍ଟିର ନିଦର୍ଶନ – କୋଭିଡ-୧୯ ହସ୍ପିଟାଲ

କରୋନା ଯୁଦ୍ଧରେ ନୂଆ ଇତିହାସ ରଚିଲା ଓଡିଶା । ଦେଶରେ ପ୍ରଥମ କୋଭିଡ-୧୯ ହସ୍ପିଟାଲ । ୬୫୦ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ ହସ୍ପିଟାଲର ଡାକ୍ତର ଓ ପ୍ରଶାସକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । କିମ୍ସ ଓ ଅଶ୍ୱିନୀ ହସ୍ପିଟାଲ ପକ୍ଷରୁ ଦୁଇଟି କୋଭିଡ ହସ୍ପିଟାଲ ରାଜ୍ୟବାସୀଙ୍କ ପାଇଁ ପ୍ରସ୍ତୁତ ହୋଇସାରିଥିବା ବେଳେ ଆସନ୍ତା ତିନି ଦିନ ମଧ୍ୟରେ ସମ୍‌ ପକ୍ଷରୁ ଆଉ ୫୦୦ ଶଯ୍ୟା ବିଶିଷ୍ଟ ତୃତୀୟ କୋଭିଡ ହସ୍ପିଟାଲ ପ୍ରସ୍ତୁତ ହୋଇଯିବ । ସାରା ବିଶ୍ୱକୁ କୋରନା କବଳିତ କରିଥିବା ବେଳେ ରାଜ୍ୟ ସରକାର ଆଗୁଆ ସତର୍କତା ମୂଳକ ପଦକେ୍ଷପ ସ୍ୱରୂପ ରାଜ୍ୟବାସୀଙ୍କ ପାଇଁ କୋଭିଟ ହସ୍ପିଟାଲ ପ୍ରସ୍ତୁତ କରିଛନ୍ତି । 

କରୋନା ବିରୋଧରେ ସାରା ବିଶ୍ୱ ଲଢୁଛି, ଓଡିଶାବାସୀ ବି ଯୁଦ୍ଧ ଡାକରା ଦେଇଛନ୍ତି । ରାଜ୍ୟ ସରକାର ଏହି ଲଢେଇରେ ଏକ ଅଗ୍ରଣୀ ଭୂମିକା ନେଇ ପ୍ରଥମେ ଲକଡାଉନର ଘୋଷଣା କରିଥିଲେ । ଏବେ ଦେଶରେ ପ୍ରଥମ କୋଭିଡ-୧୯ ହସ୍ପିଟାଲ ପ୍ରସ୍ତତ କରିଛନ୍ତି । ସମ୍ପୁର୍ଣ୍ଣ ଭାବେ ସରକାରୀ ଉଦେ୍ୟାଗ ଏବଂ ଘରୋଇ ଉଦେ୍ୟାଗର ଆଥିର୍କ ସହାୟତାରେ ପ୍ରସ୍ତତ ହୋଇଛି ୬୫୦ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ ହସ୍ପିଟାଲ । ରେକର୍ଡ ସମୟ ସାତ ଦିନ ମଧ୍ୟରେ କିମ୍ସ ଓ ଅଶ୍ୱିନୀ ହସ୍ପିଟାଲ ଏହି ସୁବିଧା ସୃଷ୍ଟି କରିଛନ୍ତି । କିମ୍ସରେ ୫୦୦ ଏବଂ ଅଶ୍ୱିନୀରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ନିର୍ମାଣ କରାଯାଇଛି । ଓଡିଶା ଖଣି ନିଗମ ଏହି ଦୁଇଟି ହସ୍ପିଟାଲ ପାଇଁ ଆଥିର୍କ ସହାୟତା ଯୋଗାଇ ଦେଇଥିଲା । ସମ ପକ୍ଷରୁ ପ୍ରସ୍ତତ ହୋଇଥିବା ଆଉ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଅାଉ ତିନି ଦିନ ମଧ୍ୟରେ ପ୍ରସ୍ତୁତ ହୋଇଯିବ । ଏହାକୁ ସ୍ପନସର କରିଛି ମହାନଦୀ କୋଲ ଫିଲ୍ଡସ ଲିମିଟେଡ ।

ଆଜି ମୁଖ୍ୟମନ୍ତ୍ରୀ ଏହି ଦୁଇଟ ହସ୍ପିଟାଲ ମ୍ୟାନେଜମେଣ୍ଟ, ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ସହ ଆଲୋଚନା କରିଥିଲେ । ରାଜ୍ୟବାସୀଙ୍କ ଆବଶ୍ୟକତାକୁ ହୃଦୟଂଗମ କରି ମାତ୍ର ସପ୍ତାହକ ମଧ୍ୟରେ ଦୁଇଟି ଯାକ ହସ୍ପିଟାଲକୁ ପ୍ରସ୍ତତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ଧନ୍ୟବାଦ ଜଣାଇଥିଲେ । ଏଥିସହିତ କରୋନା ମୁକାବିଲାରେ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ସମସ୍ତଙ୍କୁ ଏଭଳି ଏକ ଘଡିସନ୍ଧି ସମୟରେ ସେମାନଙ୍କ ଉର୍ସର୍ଗୀକୃତ ସେବା ମନୋଭାବକୁ ପ୍ରଶଂସା କରିଥିଲେ । ଯଦିଓ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସମ୍ପୁର୍ଣ୍ଣ ଭାବେ ପ୍ରସ୍ତତ ହୋଇସାରିଛନ୍ତି, ତଥାପି ଏହି ଯୁଦ୍ଧକୁ କେବଳ ସମାଜିକ ଦୂରତା, ସଙ୍ଗରୋଧ ଏବଂ ଲକଡାଉନ ନିଦେ୍ର୍ଦଶନାମାର ପାଳନା ଦ୍ୱାରା ହିଁ ଜିତାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟ ସରକାରଙ୍କ ଏଭଳି ଦୂରଦୃଷ୍ଟିସମ୍ପନ୍ନ ପଦକେ୍ଷପକୁ ବିରୋଧୀ ବି ସ୍ୱାଗତ ନକରି ରହିପାରିନାହାଁନ୍ତି । କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ଏଭଳି ଉଦ୍ୟମକୁ ସମସେ୍ତ ପ୍ରଶଂସା କରିଛନ୍ତି । କେବଳ କଟକ କି ଭୁବନେଶ୍ୱର ନୁହେଁ, କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ଜିଲ୍ଲାରେ କୋଭିଡ ହସ୍ପିଟାଲ ସହ ସମସ୍ତ ୧୧୪ ପୌରାଞ୍ଚଳରେ ଆଇସୋଲେସନ ଏବଂ କ୍ୱାରେଣ୍ଟାନ ୱାର୍ଡ ପ୍ରତିଷ୍ଠା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

9 − 3 =