କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, () କରୋନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ପ୍ରତି ପଞ୍ଚାୟତରେ ୧୦୦ରୁ ୨୦୦ ଗରିବଙ୍କୁ ରନ୍ଧା ଖାଦ୍ୟ ଦେବାକୁ ଘୋଷଣା ହୋଇଛି । ଏସଏଚଜି ଦ୍ୱାରା ପ୍ରସ୍ତୁତ ରନ୍ଧା ଖାଦ୍ୟ ଲୋକେ ଘରକୁ ମଧ୍ୟ ନେଇ ପାରିବେ । ଏହାସହ ସହରାଞ୍ଚଳ ଉଠା ଦୋକାନିଙ୍କୁ ୩ହଜାର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିରେ ୧୧୪ଟି ସହରାଞ୍ଚଳର ୬୫ହଜାର ପଞ୍ଜିକୃତ କରିଥିବା ଉଠା ଦୋକାନି ଉପକୃତ ହେବେ । ଏହାସହ ଘରେ ରହି କରୋନାକୁ ହରାଇବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
କରୋନା ପାଇଁ ଓଡ଼ିଶା ଲକ୍ ଡାଉନ ରହିଛି । ଏନେଇ ଉଠାଦୋକନୀ ମାନେ ଓ ଗରିବ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅନ୍ୟପଟେ ଓଡ଼ିଶାରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।

Share

Leave a Reply

Your email address will not be published. Required fields are marked *

two × 4 =