ଯଦି ସେ ରାଜନୀତିକୁ ଆସିବି ତେବେ ନବୀନଙ୍କୁ ଅନୁସରଣ କରିବି

ନୂଆଦିଲ୍ଲୀ() ଜାତୀୟ ସ୍ତରରେ ଆଗଧାଡିର ସାମ୍ବାଦିକ ରାଜଦୀପ ସରଦେଶାଇ ରାଜନୀତିକୁ ଆସିବା ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ ପ୍ରତିକ୍ରିୟା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସେ କହିଛନ୍ତି, ଭବିଷ୍ୟତରେ ଯଦି ସେ ରାଜନୀତିକୁ ଆସିବେ ତେବେ ସେ ଆଉ କୌଣସି ନେତା ନୁହେଁ, ବରଂ ଓଡିଶାର ଅପରାଜେୟ ନେତା ନବୀନ ପଟ୍ଟନାୟକଙ୍କୁ ଅନୁସରଣ କରିବେ । ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭବିଷ୍ୟତରେ ସେ ରାଜନୀତିକୁ ଆସିପାରନ୍ତି ବୋଲି କହିଛନ୍ତି ।

ରାଜଦୀପ ଆହୁରି କହିଛନ୍ତି, ଦେଶର ରାଜନୀତିରେ ଯେଉଁ କିଛି ହାତଗଣତି ଲୋକପି୍ରୟ ମୁଖ୍ୟମନ୍ତ୍ରୀ ଅଛନ୍ତି, ସେ ମଧ୍ୟରୁ ନବୀନ ଅନ୍ୟତମ । ଦୀର୍ଘ୨୦ ବର୍ଷ ଧରି ସେ ଶାସନ ଗାଦିରେ ରହିବା ସହ ଲୋକଙ୍କ ବିଶ୍ୱାସ ଜିତିପାରିଛନ୍ତି । ଏଣୁ ଏଭିଳି ନିଆରା ନେତାଙ୍କୁ ଅନୁସରଣ କରି ସେ ରାଜନୀତିକୁ ଆସିବେ ବୋଲି କହିଛନ୍ତି ରାଜଦୀପ ।

Share

Leave a Reply

Your email address will not be published. Required fields are marked *

20 − 19 =