ମୁଖ୍ୟମନ୍ତ୍ରୀଙ୍କ ଉପରେ ଚୀନର ନଜର

ଭୁବନେଶ୍ୱର() ଚୀନ ସ୍କାନରେ ଭାରତର ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ଥିବା ଜଣାଯାଇଛି ।  ଏନେଇ ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି ।  ଦେଶର ପ୍ରାୟ ୧୦ ହଜାରର ନେତାଙ୍କ ଉପରେ ଚୀନ ନଜର ରଖିଥିବା ଉକ୍ତ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।  ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିରୋଧୀ ଦଳ ନେତାଙ୍କ ଉପରେ ଚୀନ ନଜର ରଖିଛି ।  ଏହାଛଡ଼ା ଚୀନ ସ୍କାନର ତାଲିକାରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଥିବା ସୂଚନା ରହିଛି ।  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଚୀନ ନଜର ରଖିଛି ।  ଏମିତିକି କିଛି ସାଂସଦ, ବିଧାୟକ ଓ ମେୟରଙ୍କ ନାଁ ମଧ୍ୟ ରହିଥିବା ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

6 + nineteen =