ମହିଳା ଦିବସରେ ମିସନ ଶକ୍ତି ଲାଗି ସ୍ୱତନ୍ତ୍ର ବିଭାଗ ହେବା ନେଇ ଘୋଷଣା

ଭୁବନେଶ୍ୱର()  ଅନ୍ତର୍ଜାତୀ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ମିସନ ଶକ୍ତି ଏକ ସ୍ୱତନ୍ତ୍ର ବିଭାଗ ହେବ । ଏହା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ପାଇଁ କାମ କରିବ । ରାଜ୍ୟର ୭୦ଲକ୍ଷରୁ ଅଧିକ ମହିଳା ଏସଏଚଜିରେ ସାମିଲ ହୋଇଛନ୍ତି ।

ଏହାସହ ଅନ୍ତର୍ଜାଜୀୟ ମହିଳା ଦିବସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ ମହିଳା ସଶକ୍ତିକରଣରେ ଓଡ଼ିଶା ଅଗ୍ରଣୀ ରାଜ୍ୟ । ମାଆମାନଙ୍କର ସଂଗ୍ରାମ, ଆତ୍ମବିଶ୍ୱାସ ଓ ସଫଳତା ଆମକୁ ବିସ୍ମିତ କରିଛି । ୭୦ଲକ୍ଷ ମହିଳାଙ୍କ ପାଇଁ ଏସଏଚଜି ଓ ୫୦% ସଂରକ୍ଷଣ ସେମାନଙ୍କୁ ସଶକ୍ତ କରିଛି । ମାଆ ଓ ଶିଶୁଙ୍କ ପୋଷଣ ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଏହାସହ ଦୂତୀ ଚାନ୍ଦ, ପ୍ରତିଭା ରାୟ ଓ ନନ୍ଦିତା ଦାସଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଦେଶ ଓ ବିଦେଶରେ ସେମାନେ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ମହିଳାଙ୍କ ପାଇଁ ମୋ ସରକାର ପ୍ରତିଶ୍ରୃତିବଦ୍ଧତାର ସହ କାମ କରୁଛି ଓ କରିବ ବୋଲି ନବୀନ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

16 − 8 =