ଆରମ୍ଭ ହେଲା ନନ୍ଦିଘୋଷ ରଥଟଣା

ପୁରୀ: ବଡ଼ଦାଣ୍ଡରେ ଗଡ଼ିଛି କାଳିଆ ଠାକୁରଙ୍କ ନନ୍ଦିଘୋଷ । ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଶେଷରେ ଭାଇ ଭଉଣୀଙ୍କ ପଛେ ପଛେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହୋଇଛି । ଦୀର୍ଘ ସମୟ ଧରି ଭକ୍ତଙ୍କ ଅପେକ୍ଷା ଥିଲା କେତେବେଳେ ଗଢ଼ିବା ତାଙ୍କ ପ୍ରିୟ କାଳିଆ ଠାକୁରଙ୍କ ରଥ । ଏବେ ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । ଯଦିଓ ବିନା ଭକ୍ତରେ ରଥଟଣା ଆରମ୍ଭ ହୋଇଛି ତଥାପି ସେବାୟତମାନେ ରଥ ଟାଣୁଥିବାର ଦୃଶ୍ୟ ଟିଭି ଓ ମୋବାଇଲରେ ଦେଖି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଛନ୍ତି । ଚଳିତବର୍ଷ ନୀତି ନିର୍ଘଣ୍ଟର ତିନିଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

7 + ten =