ନିଜକୁ ମୁଖ୍ୟମନ୍ତ୍ରୀ ଭାବୁଛନ୍ତି ନବ !

ଭୁବନେଶ୍ୱର () ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଆଜି ରାଜ୍ୟ ରାଜଧାନୀରେ ନିଜର ବୟାନକୁ ନେଇ ବିଳିବିଳି ହୋଇଛନ୍ତି । ପ୍ରଥମେ ଗଣମାଧ୍ୟମକୁ ବୟାନ ଦେଲେ ଯେ ଲକଡାଉନ ଅବଧିକୁ ମାସେ ବୃଦ୍ଧି କରିବାକୁ ଦାବି ସେ ଦାବି କରିଛନ୍ତି ।  ଏକଥା ଯେତେବେଳେ ଗଣମାଧ୍ୟମରେ ପ୍ରଚାର ହେଲା, ଏହାର ମାତ୍ର କେହି ଘଣ୍ଟା ପରେ ନିଜର ବାୟାନ ବଦଳାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । କହିଲେ ଲକ ଡାଉନ ନେଇ ଠିକ ସମୟରେ ମୁଖ୍ୟମନ୍ତ୍ରୀ ଠିକ ନିଷ୍ପତି ନେବେ । ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଏପରି ୟୁ ଟନ ଏବେ ଚର୍ଚ୍ଚାର ବିଷୟ । ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ନବ ଏପରି ବାୟାନ ଦେଇଥିଲେ । ଯେତେବେଳେ କି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲକ ଡାଉନ ବୃଦ୍ଧି ନେଇ କୌଣସି ମତ ଦେଇନାହାନ୍ତି ।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ନିୟନ୍ତ୍ରଣରେ ଅଛି ବୋଲି କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ। ମହାରାଷ୍ଟ୍ର ଜନସଂଖ୍ୟା ତୁଳନାରେ ଆମ ଜନସଂଖ୍ୟା କମ । ଶ୍ରମିକଙ୍କୁ ପଞ୍ଚାୟତକୁ ଆଣିବାକୁ ପ୍ରାଥମିକ ଦିଆଯିବ । ଯେଉଁଠୁ ଆସୁଛନ୍ତି, ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦାବି କରିଛନ୍ତି ନବ ଦାସ ।ଆସନ୍ତା 30 ତାରିଖ ଭିତରେ କେନ୍ଦ୍ର ସରକାର ଗାଇଡ ଲାଇନ ଆଣିବେ। ଉକ୍ତ ଗାଇଡ ଲାଇନ ଅନୁସାରେ ସମସ୍ତ କାର୍ଯ୍ୟ ହେବ । ICMR ଗାଇଡ ଲାଇନ ଅନୁସାରେ କ୍ବାରେଣ୍ଟାଇନରେ 14 ଦିନ ରଖାଯାଉଛି। ଆମେ ଅନେକ ଘରୋଇ ହସ୍ପିଟାଲରେ କ୍ବାରେଣ୍ଟାଇନ ସେଣ୍ଟର ପାଇଁ ଦାବି କରିଛୁ ବୋଲି କହିଛନ୍ତି ନବ ଦାସ ।

AMRI, HITECH, KIMS, SUM ହେଲେ ICMR ଏ ଯାଏଁ ଅନୁମତି ଦେଇନି। ସେହିପରି କୋଲକାତା ଫେରନ୍ତାଙ୍କ ରକ୍ତ ନମୁନା ପରୀକ୍ଷା କରାଯିବ ଓ ସେଠାରେ ସବୁ ଲକଡାଉନ କଡାକଡି କରିବା ଆମ ଲକ୍ଷ୍ୟ। ତେବେ ଯାଇ ଚେନ ବଢ଼ିବ ନାହିଁ। ଲକଡାଉନ ଅବଧିକୁ ମାସେ ବୃଦ୍ଧି କରିବାକୁ ଦାବି କରିଥିବା କହିଛନ୍ତି ମନ୍ତ୍ରୀ । ସେହିପରି ରାପିଡ଼ ଟେଷ୍ଟ କିଟରେ ତ୍ରୁଟିପୂର୍ଣ୍ଣ ଅଛି । ସେଥିପାଇଁ ଟେଷ୍ଟିଂ ବନ୍ଦ କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

Share

Leave a Reply

Your email address will not be published. Required fields are marked *

eleven + 18 =