ସ୍ବାମୀ ସାଜିଲା ସଇତାନ: ସ୍ତ୍ରୀକୁ କାଠ ଫଳିଆରେ ପିଟିପିଟି କଲା ହତ୍ୟା

ସ୍ତ୍ରୀକୁ କାଠ ଫଳିଆରେ ପିଟିପିଟି ହତ୍ୟା କଲା ସ୍ୱାମୀ। ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା କଇଁଷି ଗ୍ରାମରେ। ସୂଚନା ଅନୁଯାୟୀ ଗତକାଲି କଇଁଷି ଗ୍ରାମର ଗ୍ରାମବାସୀ ମାନେ ଦଧି ଦେଖିବାର ଯାଇଥିବା ବେଳେ ଏହାର ସୁଯୋଗ ନେଇ ରାମ ମୁର୍ମୁ ମଦ୍ୟ ପାନ କରି ସ୍ତ୍ରୀ ଦେଉଲା ମୁର୍ମୁକୁ କାଠ ଫଳିଆରେ ପିଟିପିଟି ମାରି ଦେଇ ଦଧି ଦେଖିବା ପାଇଁ ପଳାଇ ଯାଇଥିଲା।

ଆଜି ମୃତ ଦେଉଲାକୁ ଗ୍ରାମବାସୀ ମାନେ ଖୋଜା ଖୋଜି କରିବାରୁ ଘର ଭିତରେ ମୃତ ଦେହ ପଡିଥିବାର ଦେଖିବାକୁ ପାଇଥିଲେ। ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଏବଂ ସିମୁଳିଆ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ସିମୁଳିଆ ପୋଲିସ, ବାଲେଶ୍ଵର ଏସ୍ଡିପିଓ, ଅତିରିକ୍ତ ଏସପି ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୃତଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରା ଉଚରା ଜାରି କରିଛନ୍ତି।

Share

Leave a Reply

Your email address will not be published. Required fields are marked *

one + 14 =