ଯୌତୁକ ପାଇଁ ବଧୂହତ୍ୟା

ଯୌତୁକ ପାଇଁ ଗୋଡହାତ ବାନ୍ଧି କିରୋସିନ ପକାଇ ଜାଳିଦେଇଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବାଲିସୁଆ ଗାଁରେ । ଘରେ ସ୍ୱାମୀ ନଥିବା ବେଳେ ଶାଶୁ ଏବଂ ତିନି ନଣନ୍ଦ ଏଭଳି କାଣ୍ଡ କରିଥିବା କଥା ଜଣାପଡିଛି । ମୃତ ମହିଳାଙ୍କ ନାଁ ଭାରତୀ ସ୍ୱାଇଁ।ଭାରତୀଙ୍କ ଶରୀରର ୮୦ ଭାଗ ପୋଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।ଗତକାଲି ରାତି ପ୍ରାୟ ୧୧ଟାରେ ଏହି ଅଘଟଣ ଘଟିଥିଲା। ଘରେ ନିଆଁ ଲାଗି ଯାଇଥିବା ଦେଖି ପଡ଼ୋଶୀମାନେ ଦୌଡ଼ି ଆସିଥିଲେ। ଭାରତୀ ଓ ତାଙ୍କ ଝିଅକୁ ଉଦ୍ଧାର କରିଥିଲେ। ଭାରତୀ ପୋଡ଼ି ଯାଇଥିବା ବେଳେ ତାଙ୍କର ୫ମାସର ଝିଅ ଭଲ ଥିଲା। ନିଆଁରେ ଦୁଇ ବଖରା ଘର ପୂରା ପୋଡ଼ି ଯାଇଛି।ବଡ଼ପାଳ ଗାଁର ଭାରତୀ ବାଲିସୁଆ ଗାଁର ନିର୍ମଳ ସାହୁଙ୍କୁ ବିବାହ କରିଥିଲେ। ବିବାହ ପରଠୁ ଶାଶୂ ଓ ନଣନ୍ଦ ଯୌତୁକ ପାଇଁ ନିର୍ୟାତନା ଦେଇ ଆସୁଥିଲେ। ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘରେ ରହୁ ନଥିଲେ। ସେମାନେ ବାହାରେ ଚାକିରି କରନ୍ତି।

Share

Leave a Reply

Your email address will not be published. Required fields are marked *

one + 2 =