ଯୌତୁକ ପାଇଁ ମାରିଦେଲେ

ଆଜି ପୁଣି ଯୌତୁକ ପାଇଁ ବଧୂ ହତ୍ୟା ହୋଇଛି । ଏହି ଘଟଣାଟି ରାଜ୍ୟର କୌଣସୀ ଉପାନ୍ତ ଅଂଚଳ ନୁହେଁ ବରଂ ଘଟିଛି ରାଜଧାନୀ ଭୁବନେଶ୍ୱରରେ ।
ସୂଚନା ମୁତାବକ, ଆଜି ରାଜଧାନୀ ଗଣ୍ଡରପୁର ଅଂଚଳରେ ଜଣେ ମହିଳାଙ୍କୁ ପୋଡି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି । ଯୌତୁକ ପାଇଁ ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ଏପରି କରାଯାଇଥିବା ମହିଳାଙ୍କ ପିତା କହିଛନ୍ତି । ମୃତ ମହିଳାଙ୍କ ପରିଚୟ ରଶ୍ମିରେଖା ଜେନା ବୋଲି ଜଣାପଡିଛି ।
ରଶ୍ମିରେଖା ପ୍ରାୟ ଦେଢବର୍ଷ ପୂର୍ବେ ଆଶିଷ ପଢିଆରୀଙ୍କୁ ବିବାହ କରିଥିଲେ । କିନ୍ତୁ ଶ୍ୱଶୁର ଘର ଲୋକେ ଅଧିକ ଯୌତୁକ ଆଣିବା ପାଇଁ ତାଙ୍କ ଉପରେ ଚାପ ପକାଉଥିଲେ । ଏପରି କି ତାଙ୍କୁ ଶାରିରୀକ ଏବଂ ମାନସିକ ନିର‌୍ୟ୍ୟାତନା ମଧ୍ୟ ଦେଉଥିଲେ । ତେବେ ରଶ୍ମିରେଖା ଶ୍ୱଶୁର ଘର କଥା ନ ମାନିବାରୁ ତାଙ୍କୁ ପୋଡି ମାରି ଦିଆଯାଇଥିବା ସନ୍ଦେହ କରାଯାଉଛି ।
ଘଟଣାସ୍ଥଳରେ ନନ୍ଦନକାନନ ଥାନା ପୋଲିସ ପହଁଚି ଶବ ଜବତ କରି ବାବଚ୍ଛେଦ ପାଇଁ ପଠାଇଛି । ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Share

Leave a Reply

Your email address will not be published. Required fields are marked *

six + 10 =