ଭୁବନେଶ୍ୱରରୁ ପଦଯାତ୍ରା ଆରମ୍ଭ କଲେ ମୁକ୍ତିକାନ୍ତ

ଭୁବନେଶ୍ୱର: ଓଡ଼ିଶା ଏବଂ ଆନ୍ଧ୍ର ସୀମା ବିବାଦକୁ ନେଇ ଦୀର୍ଘଦିନ ହେବ ଲାଗି ରହିଛି ତୁ ତୁ ମେଁ । କେତେବେଳେ ଓଡ଼ିଶା ସୀମାରେ ନିର୍ବାଚନ ଆନ୍ଧ୍ର ନିର୍ବାଚନ କରୁଛି ତ ଆଉ କେତେବେଳେ ଅଙ୍ଗନୱାର୍ଡି ଘର ତିଆରି କରୁଛି । ଏଭଳି ବିବାଦ ଦୀର୍ଘଦିନ ହେବ ଲାଗି ରହିଛି । ଯାହାକୁ ନେଇ ସବୁଠି ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଭୁବନେଶ୍ୱରରୁ ଅମରାବତୀ।ପଦଯାତ୍ରାରେ ବାହାରିଲେ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ସୀମା ବିବାଦର ସ୍ଥାୟୀ ସମାଧାନର ବାର୍ତ୍ତା ପହଞ୍ଚାଇବା ପାଇଁ ପଦଯାତ୍ରା ଆରମ୍ଭ କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମୁନ୍ତ୍ରୀଙ୍କ କାର୍ୟ୍ୟାଳୟ ପର୍ୟ୍ୟନ୍ତ ୮୦୦ କି.ମି ସଚେତନତା ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ଅତିକ୍ରମ କରିବା ପାଇଁ ତାଙ୍କୁ ୪୦ ରୁ ୪୫ ଦିନ ସମୟ ଲାଗିବ । ପଦଯାତ୍ରା ଜରିଆରେ ଉଭୟ ରାଜ୍ୟ ମଧ୍ୟରେ ଶାନ୍ତି ବାର୍ତ୍ତା ଦେବାର ଉଦେଶ୍ୟ ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty − seventeen =