MSME ସେକ୍ଟରକୁ ଶକ୍ତିଶାଳୀ କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର()   ଜୀବିକା ପାଇଁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏମଏସଏମଇ ସେକ୍ଟର ଓ ଶିଳ୍ପ ।   ତେଣୁ ଏମଏସଏମଇ ସେକ୍ଟରକୁ ଶକ୍ତିଶାଳୀ କରିବାକୁ ନିଷ୍ପତ୍ତି ହୋଇଛି । କୋଭିଡ ପରିସ୍ଥିତିରେ ଜୀବନ ଜୀବିକାକୁ ନେଇ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହା କହିଛନ୍ତି ।

ସେ କହିଛନ୍ତି ଯେ, ଜୀବନକୁ ଯଥେଷ୍ଟ ପ୍ରାଧାନ୍ୟ ଦେଇ କୋଭିଡର ମୁକାବିଲା କରୁଛୁ ।  ଜୀବିକା ପାଇଁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏମଏସଏମଇ ସେକ୍ଟର ଓ ଶିଳ୍ପ ।   ତେଣୁ ଏମଏସଏମଇ ସେକ୍ଟରକୁ ଶକ୍ତିଶାଳୀ କରିବାକୁ ନିଷ୍ପତ୍ତି ହୋଇଛି । ଗ୍ରାମାଞ୍ଚଳର ଅର୍ଥନୀତିକୁ ଅଧିକ ତ୍ୱରାନ୍ୱିତ କରାଯିବାକୁ  ପ୍ରଚେଷ୍ଟା ଚାଲିଛି ।  ମନରେଗା ଓ କୃଷିକ୍ଷେତ୍ର ଭଳି ପରମ୍ପରାଗତ ବୃତ୍ତିକୁ ପ୍ରୋତ୍ସାହାନ   ପାଇଁ ନିଷ୍ପତ୍ତି ହୋଇଛି ।  କରୋନ ଲକଡାଉନ ପରେ ପ୍ରବାସରୁ ଫେରିଥିବା ଯେଉଁମାନେ ହାଇସ୍କିଲ ସେମାନେ ପୁଣି ଫେରିଯାଉଛନ୍ତି ।  ଯେଉଁମାନେ ରହିବେ ସେମାନଙ୍କ ନିଯୁକ୍ତି ପାଇଁ ପ୍ରୟାସ କରୁଛୁ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

17 − 1 =