ଏମ.ଏସ ଲ’ ୟୁନିଭରସିଟିକୁ ମିଳିଲା ମାନ୍ୟତା

କଟକ: କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ମିଳିଲା ମାନ୍ୟତା । ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛି ୟୁନିଭରସିଟି ଗ୍ରାଣ୍ଟ କମିଶନ । ତେବେ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ସହ ତାଲିକାଭୁକ୍ତ କରିଛି ୟୁଜିସି । ୟୁଜିସି ଅଧିନିୟମ ଅନୁସାରେ ଖୁବ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ ଏମଏସଏଲୟୁ । ୟୁଜିସି ମାନ୍ୟତା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରିଛନ୍ତି ।

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଏକମାତ୍ର ଆଇନ ଶିକ୍ଷା ପ୍ରଦାନକାରୀ ବିଶ୍ୱବିଦ୍ୟାଳୟ । ପୂର୍ବରୁ ଏହା ମଧୁସୂଦନ ଆଇନ ମହାବିଦ୍ୟାଳୟ ନାମରେ ନାମିତ ଥିଲା । ଏହା ଓଡ଼ିଶାର ସର୍ବପୂରାତନ ଆଇନ ଶିକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ । ଏହି ଅନୁଷ୍ଠାନଟି କଟକଠାରେ ଅବସ୍ଥିତ । ଏହି ବିଶ୍ୱବିଦ୍ୟାଳୟରେ ୫ ବର୍ଷିୟ ବିଏ ଏଲଏଲବି ଏବଂ ୨ ବର୍ଷିୟ ଏଲଏଲଏମ ଶିକ୍ଷା ପ୍ରଦାନ କରାଯାଏ । ଏଠାର ପାଠ୍ୟକ୍ରମ ବାର କାଉନସିଲ୍ ଅଫ ଇଣ୍ଡିଆଦ୍ୱାରା (ବିସିଆଇ) ଅନୁମୋଦିତ ।

୧୮୬୯ ମସିହାରୁ ଓଡ଼ିଶାରେ ଆଇନ ଶିକ୍ଷା କଲିକତା ବିଶ୍ୱବିଦ୍ୟାଳୟ ଅଧିନରେ ପ୍ରଥମେ ରେଭେନ୍‌ସା କଲିଜିଏଟ ସ୍କୁଲ ଓ ପରେ ରେଭେନ୍ସା ମହାବିଦ୍ୟାଳୟରେ ପ୍ରଦାନ କରାଯାଉଥିଲା । ୧୯୪୩ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଏହା ଅଧିନରେ ମଧୁସୂଦନ ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଏହା ମଧୁବାବୁଙ୍କ ନାମରେ ନାମିତ ହୋଇଥିଲା । ୨୦୨୧ ମସିହା ଅପ୍ରେଲ ମାସ ୨୧ ତାରିଖରେ ଏହି ଅନୁଷ୍ଠାନ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଥିଲା ଓ ଓଡ଼ିଶାରେ ସମସ୍ତ ଆଇନ ଶିକ୍ଷା ଅନୁଷ୍ଠାନ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧିନକୁ ଆସିଥିଲେ ।

Share

Leave a Reply

Your email address will not be published. Required fields are marked *

nine − 7 =