12ଲକ୍ଷ ଚାଷୀଙ୍କୁ ମିଳିବ କାଳିଆ ସହାୟତା

ଭୁବନେଶ୍ବର () ଆସନ୍ତକାଲି ରାଜ୍ୟ ସରକାର କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟରେ 12 ଲକ୍ଷ 45ହଜାର 490ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ । ଯେଉଁ ଚାଷୀମାନେ ପ୍ରଥମ ପର୍ଯ୍ୟାୟରେ କାଳିଆ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନଙ୍କ ତାଲିକ ପ୍ରସ୍ତୁତ ସରିଛି ।

ପୁରୀରେ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ହିତାଧୀକାରୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯିବ । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ରାଶି ଡିବିଟି ଜରିଆରେ ଟ୍ରାନ୍ସଫର କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ କାଳିଆ ସହାୟତା ପ୍ରଦାନ ପାଇଁ ପ୍ରସ୍ତୁତି ଡିବିଟି ବ୍ୟବସ୍ଥାର ଶୁଭାରମ୍ଭ କରିବେ ।

ସୂଚନା ଅନୁଯାୟୀ କାଳିଆ ସହାୟତା ପାଇଁ ପ୍ରଥମ ପର୍ଯ୍ୟାୟରେ 66 ଲକ୍ଷରୁ ଅଧିକ ଚାଷୀ ଆବେଦନ କରିଥିଲେ । ଖୁବଶୀଘ୍ର ଦ୍ବିତୀୟ ପର୍ଯ୍ୟାୟ ଚିଠା ତାଲିକା ଜାନୁଆରୀ 25ରୁ ଫେବୃଆରୀ 3 ତାରିଖ ମଧ୍ୟରେ ପଂଚାୟତ ଅଫିସରୁ ସଂଗୃହୀତ ତଥ୍ୟ ଆଧାରରେ ପ୍ରକାଶ କରିବେ । ଏହି ଯୋଜନାରେ ରାଜ୍ୟ ସରକର 3 ବର୍ଷରେ ଚାଷୀଙ୍କୁ 25ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ।

Share

Leave a Reply

Your email address will not be published. Required fields are marked *

eight − four =