ରାଜ୍ୟରେ ଦୁର୍ବଳ ହେଉଛି ମୌସୁମୀ

ଭୁବନେଶ୍ୱର: ଚଳିତ ବର୍ଷ ଠିକ୍ ସମୟରେ ମୌସୁମୀର ଆଗମନ ଘଟିଥିଲେ ମଧ୍ୟ ଆସନ୍ତା ଜୁଲାଇ ୫ ତାରିଖ ପର‌୍ୟ୍ୟନ୍ତ ଆଶାନୁପାତରେ ବର୍ଷା ହେବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଚଳିତ ବର୍ଷ ମୌସୁମୀ ବିଭିନ୍ନ ସ୍ଥାନୀୟ ପରିସ୍ଥିତି କାରଣରୁ ସ୍ୱାଭାବିକ ହୋଇ ନ ଥିବା ବେଳେ ଏହାର ଉତ୍ତର ଦିଗକୁ ଗତି ପ୍ରଭାବିତ ହୋଇଛି ବୋଲି ସେମାନେ କହିଛନ୍ତି । ଗତ ଜୁନ୍ ୨୧ ତାରିଖରୁ ମୌସୁମୀ ଦୁର୍ବଳ ହେବା ଆରମ୍ଭ କରିଥିବା ବେଳେ ଏହା ଆସନ୍ତା ୫ ତାରିଖ ପର‌୍ୟ୍ୟନ୍ତ ବଳବତ୍ତର ରହିବ । ଜୁନ୍ ୨୯ରୁ ଜୁଲାଇ ୫ ତାରିଖ ମଧ୍ୟରେ ମୌସୁମୀ ଅଧିକ ବଳଶାଳୀ ହେବ । ଚଳିତ ବର୍ଷ ମୌସୁମୀର ଆଗମନ ପରେ ପରେ ଦେଶର ବିଭିନ୍ନ ଅଞ୍ଚଳରେ ଯଥା ଉପଦ୍ୱୀପ ଅଞ୍ଚଳ, ପଶ୍ଚିମ ତଟବର୍ତ୍ତୀ ଅଞ୍ଚଳ, କେନ୍ଦ୍ରାଞ୍ଚଳ ଓ ଏପରିକି ଉତ୍ତର-ପୂର୍ବାଞ୍ଚଳରେ ଯଥେଷ୍ଟ ମାତ୍ରାରେ ବର୍ଷା ହୋଇଛି ।

ଉକ୍ତ ସମୟରେ ମୌସୁମୀ ଏତେ ମାତ୍ରାରେ ଗତିଶୀଳ ଥିଲା ଯେ ଜୁନ୍ ୧୫ ସୁଦ୍ଧା ମୌସୁମୀ ଦିଲ୍ଲୀରେ ପହଞ୍ଚିଯିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂଚନା ଦେଇଥିଲା । କିନ୍ତୁ କେତେକ ନିର୍ଦ୍ଦିଷ୍ଟ କାରଣ ପାଇଁ ଏହାର ଉତ୍ତର ଦିଗକୁ ଗତି କ୍ରମଶଃ ମନ୍ଥର ହୋଇଯାଇଥିବା ବିଶେଷଜ୍ଞମାନେ କହିଛନ୍ତି । ଆଇଏମଡିର ପୂର୍ବାନୁମାନ ଅନୁସାରେ, ଆସନ୍ତା ସୋମବାର ପର‌୍ୟ୍ୟନ୍ତ ବିହାର, ପୂର୍ବ ଉତ୍ତରପ୍ରଦେଶ ଓ କର୍ଣ୍ଣାଟକର କେତେକ ସ୍ଥାନରେ ଲଗାଣ ବର୍ଷା ଜାରି ରହିବ ।

Share

Leave a Reply

Your email address will not be published. Required fields are marked *

12 − nine =