ଓଡିଶାରୁ ଫେରିଗଲା ମୌସୁମୀ

ଭୁବନେଶ୍ୱର() ଓଡ଼ିଶାରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ସ୍ୱାଭାବିକ ଠାରୁ ୭% ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜୁନ୍ ତୃତୀୟ ସପ୍ତାହରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲା ।

ଗୋଟିଏ ସପ୍ତାହ ପୂର୍ବରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ପଞ୍ଜାବ, ହରିୟାଣା ଓ ଉତ୍ତର ରାଜସ୍ଥାନରୁ ମୌସୁମୀ ବିଦାୟ ନେଇ ସାରିଛି । ବଙ୍ଗୋପ ସାଗରରେ କମ ଚାପ ରହିବା ଫଳରେ ବିଳମ୍ବରେ ମୌସୁମୀ ଫେରୁଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Share

Leave a Reply

Your email address will not be published. Required fields are marked *

four × 1 =