୨୮ରୁ ପୁଣି ଫେରିବ ମୌସୁମୀ

ଭୁବନେଶ୍ବର()   ୨୮ରୁ ପୁଣି ଫେରିବ ମୌସୁମୀ । ୩୦ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ଯାହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ । ୮ ତାରିଖରେ କେନ୍ଦୁଝର, ଭଦ୍ରକ, ଯାଜପୁର ଓ ବାଲେଶ୍ବରରେ ବର୍ଷା ହୋଇପାରେ । ୨୯ ତାରିଖ ବେଳକୁ କେନ୍ଦୁଝର, ସୁନ୍ଦରଗଡ, ଯାଜପୁର, କଟକ, ଢେଙ୍କାନାଳରେ ବର୍ଷା ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୨୪ ପ୍ରତିଶତ କମ୍ ବର୍ଷା ହୋଇଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

ସପ୍ତାହେ ବିଳମ୍ବରେ ଆସିଲା ମୌସୁମୀ, ମାତ୍ର ଦିନକ ପରେ ହୋଇଗଲା ଗାଏବ । ପାଣିପାଗ ବିଭାଗ ଆକଳନ କରିଥିଲା ଏଥର ସ୍ୱାଭାବିକ ବର୍ଷା ହେବ । କିନ୍ତୁ ବର୍ତମାନ ସଂପୂର୍ଣ୍ଣ ଓଲଟା ପାଣିପାଗ ଦେଖିବାକୁ ମିଳୁଛି । ମୌସୁମୀ ଛୁଇଁବାର ମାତ୍ର ୨୪ ଘଂଟା ପରେ ଓଡ଼ିଶାର ଅଧିକାଂଶ ଅଂଚଳରେ ଉଭାନ ହୋଇଯାଇଛି ବର୍ଷା ।

Share

Leave a Reply

Your email address will not be published. Required fields are marked *

13 − 1 =