ଭୁବନେଶ୍ୱରରେ ମୋଦିଙ୍କ ରୋଡ୍ ସୋ’

ଭୁବନେଶ୍ବର () ରାଜଧାନୀ ରାଜରାସ୍ତାରେ ଶକ୍ତି ପ୍ରଦର୍ଶନ କଲା ବିଜେପି । ନିର୍ବାଚନୀ ପ୍ରଚାର ସମୟରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଏକ ବିଶାଳ ରୋଡ୍ ସୋ କରିଛନ୍ତି ମୋଦି । ଏୟାରପୋର୍ଟରୁ ବାହାରିଥିବା ଏହି ରୋଡ୍ ସୋ ଗଙ୍ଗନଗର, ଓୟୁଏଟି ଦେଇ ବରମୁଣ୍ଡା ଅଭିମୁଖେ ଯାଇଛି ।

ମୋଦିଙ୍କ ବିଶାଳ ରୋଡ୍ ସୋ । ଟାର୍ଗେଟରେ ଉପକୂଳ ଓଡ଼ିଶା । ଉପକୂଳ ଓଡ଼ିଶାର ୫ଟି ଲୋକସଭା, ଭୁବନେଶ୍ୱର, ପୁରୀ, କଟକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରକୁ ଟାର୍ଗେଟ୍ କରି ଏଭଳି ଏକ ମେଗା ସୋ’ର ଆୟୋଜନ କରିଛି ଭାରତୀୟ ଜନତା ପାର୍ଟି । ଆଉ ରୋଡ୍ ସୋ’ ପରେ ବରମୁଣ୍ଡା ପଡ଼ିଆରେ ଜନସଭା । ଭୁବନେଶ୍ୱରରେ ରୋଡ୍ ସୋ ଏବଂ ଜନସଭା ପୂର୍ବରୁ ସମ୍ବଲପୁରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

3 × two =