ଆଉ କିଛି ସପ୍ତାହ ପରେ ଆସିବ କରୋନା ଟିକା

ନୂଆଦିଲ୍ଲୀ()  ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବାକୁ ଯାଉଛି । ସମଗ୍ର ମାନବ ଜାତି ପାଇଁ ବିପଦ ସାଜିଥିବା କରୋନା ଭାଇରସର ଟିକା ଆଉ କିଛି ସପ୍ତାହ ପରେ ଆସିଯିବ । ଏନେଇ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଟିକା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଟିକାର ମୂଲ୍ୟ ଉପରେ ରାଜ୍ୟଗୁଡ଼ିକ ସହ ଆଲୋଚନା ଚାଲିଛି । ବୈଜ୍ଞାନିକଙ୍କ ଅନୁମତି ପରେ ଜନସାଧାରଣଙ୍କୁ କୋଭିଡ ଟିକା ମିଳିପାରିବ । ଏହି ଟିକା ଆସିବା ପରେ ପ୍ରଥମେ ବରିଷ୍ଠ ନାଗରିକଙ୍କୁ ଅଗ୍ରାଧିକାର ଦିଆଯିବ । ଟିକା ପାଇଁ ଭାରତରେ ଏକ ସ୍ୱତନ୍ତ୍ର ଧରଣର ସଫ୍ଟୱେର ନିର୍ମିତ ହୋଇଛି । ଦେଶରେ ବିଭିନ୍ନ ପର୍ଯ୍ୟାୟରେ ୩ଟି ଟିକାର ପରୀକ୍ଷଣ ହେଉଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ ବହୁଦିନରୁ ଟିକା ପାଇଁ ଅପେକ୍ଷାରତ ଦେଶବାସୀଙ୍କଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଛି । ଭାରତର ଏହି ଟିକା ଉପରେ ବିଶ୍ୱବାସୀଙ୍କ ନଜର ରହିଥିବା ଜଣାଯାଇଛି ।

Share

Leave a Reply

Your email address will not be published. Required fields are marked *

three + four =