ଆମେରିକା ଯିବ ‘ମୋ ସ୍କୁଲ’ ଯୋଜନା

ଭୁବନେଶ୍ୱର() ମୋ ସ୍କୁଲ ଯୋଜନା ସଂକ୍ରାନ୍ତରେ ଆମେରିକାରେ ରହୁଥିବା ଓଡିଆଙ୍କୁ ଅବଗତ ସହିତ ସେମାନଙ୍କ ଠାରୁ ସାହାଯ୍ୟ ପାଇବାପାଇଁ ଆରମ୍ଭ ହୋଇଛି ପ୍ରୟାସ ।ମୋ ସ୍କୁଲ ଯୋଜନାର ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ ଆସନ୍ତା ୧୫ ତାରିଖରେ କାଲିଫର୍ଣ୍ଣିଆର ମିଲିପିଟାସ ଠାରେ ଏକ କାର୍ୟ୍ୟକ୍ରମର ଆୟୋଜନ କରିଛନ୍ତି ।ଭାରତୀୟ କନସେଲ ଜେନେରାଲଙ୍କ ଦପ୍ତରରୁ କାଲିଫର୍ଣ୍ଣିଆରେ ରହୁଥିବା ଓଡିଆମାନଙ୍କ ନିକଟକୁ ନିମନ୍ତ୍ରଣପତ୍ର ପଠାଯାଇଛି ।

ସୂଚନା ଅନୁଯାୟୀ ୧୫ ତାରିଖ ଦିନ ଅପରାହ୍ନ ୪ଟାରେ କାର୍ୟ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ଅତିଥିମାନଙ୍କୁ ମୋ ସ୍କୁଲ ଯୋଜନା ଉପରେ କ୍ଷୁଦ୍ର ଚଳଚିତ୍ର ଦେଖାଯିବ । ଏହାପରେ ଯୋଜନାର ଅଧ୍ୟକ୍ଷା ଶ୍ରୀମତୀ ବାଗ୍ଚୀ ଉପସ୍ଥିତି ବ୍ୟକ୍ତିଙ୍କୁ ମୋ ସ୍କୁଲ ଯୋଜନା ସଂକ୍ରାନ୍ତରେ ଅବଗତ କରିବେ । ଏହାପରେ ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମ ରହିଛି । ଇଣ୍ଡୋ-ଆମେରିକା ସେବକ ଫାଉଣ୍ଡେସନ ସହିତ ମଧ୍ୟ ଏ ସକ୍ରାନ୍ତରେ ଏକ ରାଜିନାମା ସ୍ୱାକ୍ଷରିତ ହେବ ।

କାଲିଫର୍ଣ୍ଣିଆରେ ଥିବା ଓଡିଆମାନେ ଯେଭଳି ସୋ ସ୍କୁଲ ଯୋଜନାକୁ ଆର୍ଥିକ ସହାୟତା ଯୋଗାଇଦେବେ ସେ ସଂକ୍ରାନ୍ତରେ ସେମାନଙ୍କୁ ଅବଗତ କରାଯିବା । ଉଲ୍ଲେଖନୀୟ ଯେ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ବିଦ୍ୟାଳୟର ବିକାଶ ପାଇଁ ମୋ ସ୍କୁଲ ଯୋଜନା ଆରମ୍ଭ କରିଛନ୍ତି ।

ଯୋଜନା ଅନୁଯାୟୀ ପୂର୍ବତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯେତିକି ଟଙ୍କା ସହାୟତା କରିବେ ସରକାର ତାହାର ଦୁଇଗୁଣ ଅର୍ଥ ଯୋଗାଇଦେବେ । ଇତି ମଧ୍ୟରେ ରାଜ୍ୟରେ ମୋ ସ୍କୁଲ ଯୋଜନାରେ ପୂର୍ବତନ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବା ସହିତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ।ତେବେ ଏହି ଯୋଜନାରେ ଏବେ ପ୍ରଥମଥର ବିଦେଶରୁ ଅର୍ଥ ଆଣିବାପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

twenty + 4 =