ମୋ ସରକାରରେ ମିଶିଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ

ଭୁବନେଶ୍ୱର() ମୋ ସରକାରରେ ସାମିଲ ହେଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମୋ ସରକାରରେ ସାମିଲ ହେଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୀବିକ ମିଶନର ଲୋକାର୍ପଣ କରିଥିଲେ ।

କାର୍ୟ୍ୟକ୍ରମ ପରେ ମୁଖ୍ୟଶାସନ ସଚିବ ପ୍ରତିକ୍ରିୟା ଦେଇ କହିଛନ୍ତି, ଏଣିକି ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ବିଭାଗୀୟ ମନ୍ତ୍ରୀ ଓ ସଚିବ ସିଧାସଳଖ କଥାହେବେ ଏବଂ ଫିଡ଼ବ୍ୟାଙ୍କ ନେବେ । ବର୍ତମାନ ସୁଦ୍ଧା ବିଭିନ୍ନ ଲୋକଙ୍କଠୁ ମତାମତ ଗ୍ରହଣ କରାଯାଉଥିବା ବେଳେ ୯୦ ପ୍ରତିଶତ ଭଲ ଉତର ମିଳୁଛି ।

ସେପଟେ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରତିକ୍ରିୟା ଦେଇ କହିଛନ୍ତି,ଜୀବିକା ମିଶନକୁ ଅଧିକ କ୍ରିୟାଶୀଳ କରାଯିବ । ଜୀବିକମିଶନ କୁ ଅଧିକ କ୍ରିୟାଶୀଳ କରାଯିବ । ଏହା ଦ୍ୱାରା ଜନଜାତି ଲୋକଙ୍କର ଅର୍ଥନୈତିକ ଉନ୍ନତି ଆହୁରି ତ୍ୱରାନ୍ୱିତ ହେବ ।

Share

Leave a Reply

Your email address will not be published. Required fields are marked *

two × 1 =