ଉଚ୍ଚଶିକ୍ଷାକୁ ନୂଆ ଦିଗନ୍ତ : ଆରମ୍ଭ ହେବ ମୋ କଲେଜ କାର୍ଯ୍ୟକ୍ରମ

ଭୁବନେଶ୍ବର () ମୋ ସ୍କୁଲ ଭଲି ଉଚ୍ଚଶିକ୍ଷାରେ ଆରମ୍ଭ ହେବ ମୋ କଲେଜ କାର୍ଯ୍ୟକ୍ରମ । ଉଚ୍ଚଶିକ୍ଷାର ମାନବୃଦ୍ଧି ଓ ସରକାରୀ ମହାବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆକର୍ଷଣ ବୃଦ୍ଧି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହାଦ୍ବାରା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ନିଜ ନିଜ ମହାବିଦ୍ୟାଳୟର ବିକାଶରେ ସହଭାଗୀ ହୋଇପାରିବେ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି ।

ରାଜ୍ୟରେ ଉଚ୍ଚଶିକ୍ଷାର ମାନ ହ୍ରାସ ପାଉଛି ସମ୍ପର୍କିତ ମଲତବି ପ୍ରସ୍ତାବ ଆଲୋଚନାରେ ବିଭାଗୀୟ ମନ୍ତ୍ରୀ ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଘରୋଇକରଣର ପ୍ରଭାବକୁ ଦାୟୀ କରିଥିଲେ । ନବେ ଦଶକରେ ଦେଶରେ ଜଗତିକରଣ, ଘରୋଇକରଣ ଏବଂ ଉଦାରୀକରଣ ପରେ ଶିକ୍ଷାର ଘରୋଇକରଣ ଆରମ୍ଭ ହୋଇଛି । ଘରୋଇ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କଠୋର ପରିଚାଳନା ଯୋଗୁଁ ସେଠାରେ ଶିକ୍ଷାଦାନର ମାନ ବଢୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ମହାବିଦ୍ୟାଳୟରେ ଅଧ୍ୟାପକମାନେ ଅତିକମରେ 7 ଘଣ୍ଟା ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ୟୁଜିସି ନିୟମାବଳୀ ମଧ୍ୟ ଏହା କହୁଛି । ୟୁଜିସି ନିୟମାବଳୀ ଅନୁଯାୟୀ ସପ୍ତାହକୁ ଅଧ୍ୟାପକମାନେ ସର୍ବନିମ୍ନ 40 ଘଣ୍ଟା ପାଠପଢାଇବେ । ଏହ ହାରରେ ଦେଖିଲେ ଦୈନିକ 7 ଘଣ୍ଟା ଅଧ୍ୟାପକମାନେ ପାଠପଢାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ବୋଲି ସେ କହିଛନ୍ତି ।

ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଓ ପ୍ରଫେସର ପଦବୀ ବହୁ ସଂଖ୍ୟାରେ ଖାଲି ପଡିଥିବା ନେଇ ସ୍ପଷ୍ଟିକରଣ ଦେବାକୁ ଯାଇ ସେ କହିଥିଲେ ଯେ, ଏକ ଆଇନଗତ ବାଧ୍ୟବାଧକତା ଯୋଗୁଁ ୟୁଜିସି ଗତବର୍ଷ ପର୍ଯ୍ୟନ୍ତ ଅଧ୍ୟାପକ ନିଯୁକ୍ତି ଉପରେ କଟକଣା କରିଥିଲେ । ଏବେ ସେହି କଟକଣା କୋହଳ ହେବା ପରେ ଓପିଏସସି ଜରିଆରେ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ତାଲିକା ପ୍ରଦାନ କରିଥିବା ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × one =