‘ମୋ ବସ୍’ ଚଳାଚଳ ସମୟରେ ପରିବର୍ତ୍ତନ

ଭୁବନେଶ୍ବର () ଦୁର୍ଗାପୁଜା ପାଇଁ ରାଜଧାନୀ ଭୁବନେଶ୍ୱର ଓ ଭାଇଚାରାର ସହର କଟକରେ ସନ୍ଧ୍ୟାରେ ଭିଡ଼ ଅଧିକ ପରିଲକ୍ଷିତ ହେବା ସହ ଯାତାୟତରେ ସମସ୍ୟା ଦେଖାଦେବ । ଆଉ ଏଥିପାଇଁ ଭିଡ଼କୁ ନଜରରେ ରଖି ‘ମୋ ବସ୍’ ଚଳାଚଳରେ ପରିବର୍ତ୍ତନ କରାଯାଇଛି । କ୍ରୁଟ୍ ପକ୍ଷରୁ ଅକ୍ଟୋବର ୫ରୁ ୯ତାରିଖ ପର୍ୟ୍ୟନ୍ତ ଅପରାହ୍ନ ୨ଟା ପରେ ମୋ ବସ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି ।

ଭୁବନେଶ୍ବର, କଟକ, ଖୋର୍ଦ୍ଧାରେ ଚଳାଚଳ କରୁଥିବା ମୋ ବସ୍ଗୁଡ଼ିକ ଏହି ୫ଦିନ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ଚଳାଚଳ କରିବ । ମୋ ବସ୍ ସେବା ଅପରାହ୍ନ ୨ଟା ପରଠାରୁ ବନ୍ଦ ରଖାଯିବ ବୋଲି ଶୁକ୍ରବାର କ୍ରୁଟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

5 + 13 =