ଲୋକପ୍ରିୟ ହେଉଛି ମୋ ବସ ସେବା

ଭୁବନେଶ୍ୱର () ପ୍ରଥମ ପର୍ଯ୍ୟାୟ ମୋ ବସ ସେବାର ସଫଳତା ଓ ଲୋକପ୍ରିୟତା ପରେ ନଭେମ୍ବର 19ରୁ ଦ୍ଵିତୀୟ ପର୍ଯ୍ୟାୟ ସିଟି ବସ୍ ସେବା ଆରମ୍ଭ ହେବ । ଛଅଟି ରୁଟରେ ଦ୍ଵିତୀୟ ପର୍ଯ୍ୟାୟ ମୋ ବସ ଗଡ଼ିବ ।

ମୋ ବସ ସେବା ସମ୍ପର୍କରେ ଆଜି ବିଡିଏ ଉପାଧ୍ୟକ୍ଷ କିଶନ କୁମାର ସମୀକ୍ଷା କରିଥିଲେ । ଏହି ସମୀକ୍ଷାରେ ଜଣାପଡିଛି ଯେ, ଏହି ସେବା ପାଇଁ। ଲୋକଙ୍କ ମଧ୍ୟରେ ଉତ୍ସାହ ବଢୁଛି । ଛଟି ରୁଟରେ ପର୍ଯ୍ୟାୟକ୍ରମେ ବସ ଗଡ଼ିବ । ହକି ବିଶ୍ୱକପ ପୂର୍ବରୁ ସବୁ ରୁଟ କାର୍ଯ୍ୟକ୍ଷମ ହେବ ।

19 ତାରିଖରୁ 21.5 କିଲୋ ମିଟର ଲମ୍ବା 10 ନମ୍ବର ରୁଟ ଅର୍ଥାତ ବିଜୁ ପଟନାୟକ ବିମାନ ବନ୍ଦରରୁ ନନ୍ଦନକାନନ ଭାୟା କିଟ କ୍ୟାମ୍ପସରୁ ଦ୍ଵିତୀୟ ପର୍ଯ୍ୟାୟ ମୋ ବସ ସେବା ଆରମ୍ଭ ହେବ । 22.4 କିଲୋମିଟର ଲମ୍ବା 11 ନମ୍ବର ରୁଟରେ ଶିଖରଚଣ୍ଡୀରୁ ଲିଙ୍ଗିପୁର, 14 କିଲୋମିଟର ଲମ୍ବା ରୁଟ ନମ୍ବର 12 ଶିଖରଚଣ୍ଡୀ ବିହାରରୁ ଏୟାରପୋର୍ଟ, 12.3 କିଲୋମିଟର ଲମ୍ବା ରୁଟ ନମ୍ବର 13ରେ ରସୁଲଗଡ଼ରୁ ଉତ୍ତରା, 18 କିଲୋମିଟର ଲମ୍ବା ରୁଟ 14 ତମାଣ୍ଡୋରୁ ରସୁଲଗଡ଼ ଏବଂ 10 କିଲୋମିଟର ଲମ୍ବା ରୁଟ 15 ହାଇଟେକ ମେଡିକାଲରୁ ଏୟାରପୋର୍ଟ, ଏହି 5ଟି ରୁଟରେ ଦ୍ଵିତୀୟ ପର୍ଯ୍ୟାୟ ମୋ ବସ ଗଡ଼ିବ ।

Share

Leave a Reply

Your email address will not be published. Required fields are marked *

four × one =