ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ବିଧାୟକଙ୍କ ଭିଡିଓ

ଭୁବନେଶ୍ୱର() ଅଭିନେତା ଠାରୁ ଆରମ୍ଭ କରି ରାଜନେତା ଟିକ୍ ଟକ୍ ନିଶାରୁ କେହି ବାଦ୍ ପଡୁନାହନ୍ତି । ବିଭିନ୍ନ ସମୟରେ ନେତାମାନଙ୍କର ଟିକ୍ ଟକ୍ ଭିଡିଓ ଭାଇରାଲ୍ ହେଉଥିବା ନଜରକୁ ଆସୁଛି ।

ପାରାଦୀପ ବିଧାୟକ ସମ୍ବିତ ରାଉରରାୟଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓଟି ଟିକ୍ ଟକ୍ ଭିଡିଓ ବୋଲି ଜଣାପଡିଛି ।
ଭିଡିଓରେ ସମ୍ବିତ ରାଉତରାୟ ହାତରେ ଏକ ଜୀବନ୍ତ ସାପ ଧରିଥିବା ନଜରକୁ ଆସିଛି । ସାପଟିକୁ ସେ ତାଙ୍କ ବାମ ହାତରେ ଧରିଛନ୍ତି । ପାଖରେ କିଛି ଲୋକ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଶେ ହାତରେ ଧରିଥିବା ସାପକୁ ଧରି ପାଖରେ ଥିବା ଜଣେ ଯୁବକଙ୍କ ଉପରକୁ ଫିଙ୍ଗି ଡରାଉଛନ୍ତି । ଏହି ଟିକଟକ୍ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

4 × 5 =