ମାଟ୍ରିକ୍ ପରୀକ୍ଷାରେ ଆଉ ଫେଲ ହେବେନି ଛାତ୍ରଛାତ୍ରୀ

କଟକ() ଆସନ୍ତାବର୍ଷ ଠାରୁ ଆଉ କେହି ମାଟି୍ରକ ଫେଲ ହେବେ ନାହିଁ । ଏଥିପାଇଁ କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଜିରୋ ଫେଲ ମିଶନ’ । ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଜିରୋ ଫେଲ ମିଶନରେ ବିଇଓଙ୍କ ବିନା ଅନୁମତିରେ ଶିକ୍ଷକମାନଙ୍କୁ ସିଏଲ ନଦେବା ପାଇଁ ପ୍ରଧାନଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଫେଲ୍ ସଂଖ୍ୟାରେ ପୂର୍ଣ୍ଣଛେଦ ପକାଇବାକୁ ଅଣ୍ଟା ଭିଡ଼ିଛନ୍ତି କଟକ ଜିଲ୍ଲା ଶିକ୍ଷା ଅଧିକାରୀ । ଏଥିପାଇଁ ଆରମ୍ଭ କରିଛନ୍ତି ମିଶନ ଜିରୋ ଫେଲ । ଏନେଇ କଟକ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକମାନଙ୍କୁ ଚିଠି ଲେଖି ତାଗିଦ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ପ୍ରଧାନଶିକ୍ଷକ ଓ ବ୍ଲକ ଶିକ୍ଷା ଅଧିକାରୀମାନେ ଏଥିରେ ସଫଳ ହେଲେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ମ୍ୟାଟ୍ରିକ ଫଳ ପ୍ରକାଶନ ପରେ ଗତବର୍ଷ ରାଜ୍ୟର ୮୨ଟି ସ୍କୁଲରେ ଜିରୋ ରେଜଲ୍ଟ ହୋଇଥିଲା। ଯାହାକୁ ନେଇ ଘୋର ସମାଲୋଚନାର ଶିକାର ହୋଇଥିଲା ଗଣଶିକ୍ଷା ବିଭାଗ। ତେଣୁ ସେ ପରିସଂଖ୍ୟାନକୁ ସୁଧାରିବା ଲାଗି ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା ।

Share

Leave a Reply

Your email address will not be published. Required fields are marked *

fifteen + 14 =