ଅଫଲାଇନରେ ଆସନ୍ତାକାଲି ମେଟ୍ରିକ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା । ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏ ଅଫ୍ଲାଇନ୍ ପରୀକ୍ଷା ଅନୁଷ୍ଠିତ ହେବ। ଷ୍ଟେଟ ଓପନ୍ ସ୍କୁଲ୍, କରେସ୍ପଣ୍ଡେଣ୍ଟ୍ ଏବଂ ମଧ୍ୟମା ଅଫ୍ଲାଇନ୍ ପରୀକ୍ଷା ଲାଗି ସେଣ୍ଟର୍ଗୁଡ଼ିକରେ କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ପାଳନ କରାଯିବ । ଶୁକ୍ରବାର ଦିନ ମୋଟ୍ ୬ ହଜାର ୫ ଶହ ୯୭ ପରୀକ୍ଷାର୍ଥୀ ଦେବେ ରେଗୁଲାର ପରୀକ୍ଷା । ମଧ୍ୟମା ଏବଂ ଓପନ୍ ସ୍କୁଲକୁ ମିଶାଇ ୧୫ ହଜାର ୧୧୫ ଜଣ ଦେବେ ପରୀକ୍ଷା ଦେବେ । ମାଟ୍ରିକ୍ ପରୀକ୍ଷା ପାଇଁ ବୋର୍ଡ ପ୍ରସ୍ତୁତି ଚୂଡାନ୍ତ ପର‌୍ୟ୍ୟାୟରେ । ପରୀକ୍ଷା ପାଇଁ ସ୍ବତନ୍ତ୍ର କୋଭିଡ୍ ସ୍କ୍ଵାଡ୍ ଗଠନ ହୋଇଥିବା ସୂଚନା ଦେଲେ ବୋର୍ଡ ସଭାପତି ।

ସେହି କ୍ରମରେ ୫୦୪ଟି ଯାକ ସେଣ୍ଟରରେ ନିୟୋଜିତ ହେବାକୁ ଥିବା ନିରୀକ୍ଷକ ବା ଇନ୍ଭିଜିଲେଟର୍ମାନଙ୍କ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ ରଖାଯାଇଛି । କୋଭିଡ୍ ଟେଷ୍ଟ ପରେ ନେଗେଟିଭ୍ ରିପୋର୍ଟ ଥିବା ଶିକ୍ଷକମାନେ ହିଁ କେନ୍ଦ୍ରଗୁଡ଼ିକରେ ନିରୀକ୍ଷକ ଦାୟିତ୍ୱରେ ରହିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି । ଥଣ୍ଡା, ଛିଙ୍କ ଏବଂ ଜ୍ୱର ଆଦି ଲକ୍ଷଣ ଥିବା ପରୀକ୍ଷାର୍ଥୀଙ୍କୁ ଅନ୍ୟ ପରୀକ୍ଷାର୍ଥୀମାନଙ୍କଠାରୁ ଦୂରେଇ ରଖି ପରୀକ୍ଷା ଦେବା ଲାଗି ପ୍ରତି ସେଣ୍ଟରରେ ଆଇସୋଲେସନ୍ ରୁମ୍ ରଖିବା ଲାଗି ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରଗୁଡ଼ିକରେ ପରୀକ୍ଷାର୍ଥୀମାନେ ପ୍ରବେଶ କରିବା ପୂର୍ବରୁ ଗେଟ୍ରେ ଥର୍ମାଲ୍ ସ୍କ୍ରିନିଂ କରିବା ସହ ହାତ ସାନିଟାଇଜ୍କୁ ଗୁରୁତ୍ୱ ଦିଆଯାଇଛି ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × three =