କୋରାପୁଟ ମହିଳା ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ହେଲେ ମୀରା

ଭୁବନେଶ୍ୱର: ବିଶିଷ୍‌ଟ ସ୍ୱେଚ୍ଛାସେବୀ ତଥା ତୃତୀୟ ଲିଙ୍ଗୀଙ୍କ ପ୍ରତିନିଧିତ୍ୱ କରୁଥିବା ମୀରା ପରିଡ଼ାଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ଦୀର୍ଘଦିନ ହେବ ବିଜେଡି ସହ ଜଡିତ ଥିବା ମୀରାଙ୍କୁ ମିଳିଛି ବିଜୁ ମହିଳା ଜନତା ଦଳର କୋରାପୁଟ ପର୍ଯ୍ୟବେକ୍ଷକ । ଦଳର ସୁପ୍ରିମୋ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ତେବେ ଏହି ଅବସରରେ ମୀରା କହିଛନ୍ତି କି, ମୋ ଉପରେ ଆସ୍ଥା ପ୍ରକଟ କରି କୋରାପୁଟ ବିଜୁ ମହିଳା ଜନତା ଦଳର ପର‌୍ୟ୍ୟବେକ୍ଷକ ଭାବେ ମୋତେ ନିଯୁକ୍ତି କରିଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ତଥା ଆମ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ , ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗୀନୀ ଛୁରିଆଙ୍କୁ କୃତଜ୍ଞତା ଜ୍ଞାପନ କରୁଛି

Share

Leave a Reply

Your email address will not be published. Required fields are marked *

20 − 19 =