ରାଜ୍ୟର ୬ ଆକାଂକ୍ଷୀ ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ କରାଯିବ 

ଭୁବନେଶ୍ୱର() ରାଜ୍ୟର ୬ ଆକାଂକ୍ଷୀ ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ କରାଯିବ । ଏହା ସହ ଡିଶାର ଆଉ ୨ଟି ହସ୍ପିଟାଲକୁ ସାମିଲ କରାଯିବା ନେଇ ବିଚାର ବିମର୍ଷ ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଏମ୍ସ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ସମଗ୍ର ଦେଶରେ ୭୫ଟି ଆକାଂକ୍ଷୀ ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ କରାଯିବ । ଆଗାମୀ ୪ରୁ ୫ ମାସ ମଧ୍ୟରେ ୪୯ଟି ମେଡିକାଲ କଲେଜକୁ ସମ୍ପୂର୍ଣ୍ଣ କରାଯିବ ।

ଏହାଛଡା ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟକୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ହର୍ଷବର୍ଦ୍ଧନ । ଏହାଦ୍ୱାରା ରାଜ୍ୟର ଲୋକ ଉପକୃତ ହେବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ପୂର୍ବରୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ନ ହୋଇ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗରିବ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇ ଆସୁଛନ୍ତି ।

Share

Leave a Reply

Your email address will not be published. Required fields are marked *

three × three =