ନବୀନଙ୍କ ଉଦବେଗ : ମୟୁରଭଞ୍ଜରେ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା

ଭୁବନେଶ୍ବର () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରିପଦା ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଂଜ ଦେଇ ଯାଇଥିବା ଜାତୀୟ ରାଜପଥର ସମସ୍ୟା ସଂପର୍କରେ ଜାତୀୟ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ସଡକ ଯୋଗାଯୋଗର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ଏଭଳିସ୍ଥିତିରେ ଜଖପୁରା-କେନ୍ଦୁଝର-ସମ୍ବଲପୁର ଜାତୀୟ ରାଜପଥ 49 ମୟୁରଭଂଜ ଜିଲ୍ଲା ଦେଇ ଗତି କରିଛି । ଏହି ରାଜପଥ ଅତି ବିପଦଶଙ୍କୁଳ ଅବସ୍ଥାରେ ରହିଛି । ଏନେଇ ବାରମ୍ବାର ମୟୁରଭଂଜ ଜିଲ୍ଲାରୁ ଅଭିଯୋଗ ଆସୁଛି ।

ସିଙ୍ଗଡା ନିକଟରେ ଜାତୀୟ ରାଜପଥ 49କୁ ସଂଯୋଗ କରୁଥିବା ହାଟଗମ୍ବାରିଆ-ବେନିସାଗର ରାସ୍ତା ଯାହାକି ମୟୁରଭଂଜ ଜିଲ୍ଲା ଦେଇ ଗତିକରିଛି ତାହାକୁ 2016 ଫେବୃଆରୀ 17 ତାରିଖରେ ଜାତୀୟ ରାଜପଥ ଭାବେ ଘୋଷଣା କରାଯାଇଥିଲା । କିନ୍ତୁ ଜାତୀୟ ରାଜପଥ ଭାବେ ଘୋଷଣା ହେବା ପରେ ମଧ୍ୟ ଏହି ରାସ୍ତାର ଅବସ୍ଥାରେ କୌଣସି ସୁଧାର ଆସିନି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।

ଏଥିସହିତ 135 କିଲୋମିଟର ଭଦ୍ରକ-ଆନନ୍ଦପୁର-ଠାକୁରମୁଣ୍ଡା-କରଞ୍ଜିଆ-ସିଙ୍ଗଡା ରାସ୍ତା, 110 କିମି ଶେରଗଡ-ନିଲଗିରି-କପତିପଦା-ବାରିପଦା-ପଶ୍ଚିମବଙ୍ଗ ସୀମା, 54 କିମି ରାଇରଙ୍ଗପୁର-ବିଶୋୟୀ-ବାଙ୍ଗିରିପୋଶି-କଳାବାଡିଆ ଏବଂ 70 କିମି ଲମ୍ବା ଜଶିପୁର-ଚମ୍ପୁଆ ରାସ୍ତାକୁ ମଧ୍ୟ ଜାତୀୟ ରାଜପଥ ଭାବେ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − 13 =