ଆସନ୍ତା ମେ ୨୦ରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର() ମେ ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ମେ ୧୯ ସୁଦ୍ଧା କେନ୍ଦ୍ରରେ ପରୀକ୍ଷା ନିରୀକ୍ଷକ ପହଞ୍ଚିବେ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଚନ ଦାସ । ଆଜି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ନେଇ ବୈଠକ ହୋଇଥିଲା । ସେହି ବୈଠକରେ ଏହିପରି ନିଷ୍ପତ୍ତି ନିଆଯାଇଛି । କରୋନା ସତର୍କତା ନେଇ ହୋଇଥିବା ଲକ୍ ଡାଉନ ପାଇଁ ଖାତା ଦେଖା ଅଧାରୁ ବନ୍ଦ ଥିଲା । ଏହାସହ ଖାତା ଦେଖା ବେଳେ ସାମାଜିକ ଦୂରତା ବଜାୟ ରହିବ । ରାଜ୍ୟର ୬୦ଟି ସେଣ୍ଟରରେ ଖାତା ଦେଖାଯିବ । ଖାତାଦେଖାରେ ନିୟୋଜିତ ଶିକ୍ଷକ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଦେବାକୁ ବିଚାର ହୋଇଛି । ଜୁଲାଇ ଶେଷ ଆଡ଼କୁ ରେଜଲ୍ଟ ବାହାରିବାକୁ ଚେଷ୍ଟା କରାଯିବ । କଣ୍ଟେନମେଣ୍ଟ ଜୋନରେ ଖାତାଦେଖା ନେଇ ଜିଲ୍ଲା ପ୍ରଶାସନଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 − three =