ରାଜଧାନୀରେ ଯୁବକଙ୍କୁ ହାଣିଦେଲେ

ଭୁବନେଶ୍ୱର: ରାଜଧାନୀରେ ଦିନ ଦ୍ବିପହରେ ମାଷ୍ଟର କ୍ୟାଣ୍ଟିନ୍ ଅଞ୍ଚଳରେ ବୁଲିଲା ଖଣ୍ଡା। ଦୁଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ।ଆହତ ଯୁବକଙ୍କୁ ଉଦ୍ଧାର କରି କଲା ପୋଲିସ। ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ୨ ଗୁରୁତର ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଯାଇଛି। ଘଟଣାସ୍ଥଳାରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବିକ, ଖାରବେଳ ନଗର ଥାନା ଅଞ୍ଚଳରେ ମାଷ୍ଟର କ୍ୟାଣ୍ଟିନ ନିକଟରେ ୨ ଯୁବକକୁ ଗୋଡ଼ାଇ ଗୋଡ଼ାଇ କିଛି ଦୁର୍ବୃତ୍ତ ମାରଣାଅସ୍ତ୍ରରେ ଆକ୍ରାମଣ କରିଛନ୍ତି। ଏହି ଆକ୍ରାମଣରେ ୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତରଙ୍କ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଅନ୍ୟଜଣେ ଯୁବକଙ୍କର ପିଠି ଓ ହାତରେ ଖଣ୍ଡା ଚୋଟ ଲାଗିବାରୁ ସ୍ବାସ୍ଥ୍ୟବସ୍ଥା ସଂଙ୍କଟାପନ୍ନ ଥିବା ଜଣାପଡିଛି। ତେବେ ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଆକ୍ରାମଣ ହୋଇଥିବା ପୋଲିସ ସନ୍ଦେହ କରୁଛି।

ରାଜଧାନୀର ରାଜରାସ୍ତା ଦିନକୁ ଦିନ ଅଶାନ୍ତ ହୋଇପଡୁଛି । ବିଭିନ୍ନ ସମୟରେ ହତ୍ୟା, ମରଣାନ୍ତକ ଆକ୍ରମଣ, ରାହାଜାନୀ, ଲୁଟି ଆଦି ଘଟଣା ଘଟିଯାଉଛି । ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତମାନେ ଏସବୁ ଘଟଣାମାନ ଘଟାଉଛନ୍ତି । ଅକାରଣରେ ଅନେକଙ୍କ ଜୀବନ ଯାଉଛି । ନିକଟରେ ଏମିତି ଅନେକ ଘଟଣା ଘଟିଥିଲେ ମଧ୍ୟ ପୋଲିସ ପାଲଟିଛି ହାତ ବାନ୍ଧି ଚୁପ୍ ବସିଛି।

Share

Leave a Reply

Your email address will not be published. Required fields are marked *

eighteen − eight =