ରେଳଲାଇନ ଉଡ଼ାଇଦେଲେ ମାଓବାଦୀ

ରାଉରକେଲା: ଦକ୍ଷିଣପୂର୍ବ ରେଳପଥର ଚକ୍ରଧରପୁର ନିକଟ ଲୋଟା ପାହାଡ଼ ଏବଂ ସୋନୁଆ ମଧ୍ୟରେ ନକ୍ସଲମାନେ ରେଳଧାରଣାରେ ମାଇନ୍ସ ଲଗାଇ ଉଡ଼ାଇ ଦେଇଛନ୍ତି । ଫଳରେ ହାୱଡା – ମୁମ୍ବାଇ  ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳବାଇ ପକ୍ଷରୁ ଟ୍ରାକ୍ ମରାମତି କାମ ଯୁଦ୍ଧକାଳୀନ ଭିତ୍ତରେ ଚାଲିଛି।  ଗତକାଲି ବିଳମ୍ବିତ ରାତିରେ ହୋଇଥିବା ବିସ୍ପୋରଣରେ ରେଳ ଧାରଣା କ୍ଷତିଗ୍ରସ୍ତ ହୋଇଥିବାରୁ ବହୁ ଟ୍ରେନ ହୱଡା-ମୁମ୍ବାଇ ମାର୍ଗରେ ବିଳମ୍ବରେ ଚାଲିଛି। ରାଉରକେଲା ଷ୍ଟେସନରେ ମଧ୍ୟ କିଛି ଟ୍ରେନ ଅଟକି ରହିଛି। ଟ୍ରେନ ଚଳାଚଳ ସ୍ବାଭାବିକ କରିବାକୁ ରେଳ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି। ଟପ ମାଓବାଦୀ ନେତା କିଶନ ଦା ଏବଂ ତାଙ୍କ ପତ୍ନୀ ଶିଲା ମାରାଣ୍ଡିଙ୍କ ଗିରଫ ପ୍ରତିବାଦରେ ଏହି ବିସ୍ପୋରଣ କରାଯାଇଥିବା କୁହାଯାଉଛି। ଆରପିଏଫ, ରେଳବାଇର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି l

Share

Leave a Reply

Your email address will not be published. Required fields are marked *

2 × four =