ମାଓବାଦୀଙ୍କ ହମଲା

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାରେ ଲ୍ୟାଣ୍ଡ ମାଇନର ଶିକାର ହୋଇଛି ଏକ ଯାତ୍ରୀବାହୀ ବୋଲେରୋ। ଆଜି ସକାଳେ ଏହି ଯାତ୍ରୀବାହୀ ବସଟି ଯାଉଥିବା ସମୟରେ ବସ୍ତର ଜିଲ୍ଲା ମାଲବାହୀ ଥାନା ଅନ୍ତର୍ଗତ ବୋଡ଼ଲି ନିକଟରେ ଘଟିଥିଲା ଏଭଳି ଘଟଣା। ଏହି ବିସ୍ଫୋରଣରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଧନସିଂ ସିଲଦର, ରୂପିଲାଲ କୁରାପ। ଏମାନେ ମଧ୍ୟପ୍ରଦେଶ ବାସିନ୍ଦା ହୋଇଥିବା ବେଳେ ତେଲେଙ୍ଗାନା ଯିବା ସମୟରେ ଏଭଳି ଘଟଣା ଘଟିଛି। ଘଟଣା ସ୍ଥଳରେ ଦନ୍ତେୱାଡା ଏସପି ଅଭିଷେକ ପଲବ ପଂହଁଚି ଆହତମାନଙ୍କୁ ଉଦ୍ଧାର କରି ଦନ୍ତେବାଦ ଚିକିତ୍ସାଳୟ ନେଇଥିବା ବେଳେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଗାଡିଟିରେ ଆଂଶିକ ଭାଗରେ ଏହି ଲ୍ୟାଣ୍ଡ ମାଇନଟି ଫୁଟିବାରୁ ଗାଡିର ଗୋଟିଏ ପାଖ ନଷ୍ଟ ହିଇଥିବା ବେଳେ ଅଳ୍ପକେ ବର୍ତୀ ଯାଇଛନ୍ତି ଯାତ୍ରୀ। ଏହି ଘଟଣା ପୋଲିସ କ୍ୟାମ୍ପ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଘଟିଛି। ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏହି ଲ୍ୟାଣ୍ଡ ମାଇନ ପୋତିଥିବା ବେଳେ ଶିକାର ହେଲେ ସାଧାରଣ ଲୋକ।

Share

Leave a Reply

Your email address will not be published. Required fields are marked *

seven + four =