ଶର୍ମିଷ୍ଠା ଓ ଝୁନା ରାଉତଙ୍କୁ ଆଜିଠୁ ପୁଣି ପଚରାଉଚରା କରିବ କ୍ରାଇମବ୍ରାଞ୍ଚ

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୁଣି ଥରେ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଆଜିଠୁ ପୁଣି ଏମାନଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ନିରଞ୍ଜନଙ୍କ ଡାଏରୀରୁ ମିଳିଥିବା ତଥ୍ୟକୁ ନେଇ ଜେରା କରିବ କ୍ରାଇମବ୍ରାଞ୍ଚ । ଏହା ସହ ସଂପୂର୍ଣ୍ଣ ୱେବ ଚ୍ୟାନେଲ ଅଫିସ୍ କମ୍ପ୍ୟୁଟରରୁ ମିଳିଥିବା ତଥ୍ୟକୁ ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ଖୋଳତାଡ କରିବ । ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ କୁହାଯାଉଥିବା ମେମୋରି ଚିପ୍ କ୍ରାଇମବ୍ରାଞ୍ଚ ହାତରେ ବର୍ତ୍ତମାନ ସୁଦ୍ଧା ଲାଗି ନାହିଁ । ମେମୋରି ଚିପର ରହସ୍ୟ ଖୋଜିବାକୁ କ୍ରାଇମବ୍ରାଞ୍ଚ ପଲିଗ୍ରାଫ୍ ଟେଷ୍ଟ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ସେପଟେ କ୍ରାଇମବ୍ରାଞ୍ଚର ବୈଷୟିକ ଟିମ୍ ଶର୍ମିଷ୍ଠା ଓ ନିରଞ୍ଜନଙ୍କ ମୋବାଇଲ୍ ଫୋନ୍ ଯାଞ୍ଚ ସହ କଲ ଡିଟେଲ୍ସ ରେକର୍ଡର ଛାନଭିନ୍ ଚଳାଇଛି ।
ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ କୁହାଯାଉଥିବା ମେମୋରି ଚିପ୍ କ୍ରାଇମବ୍ରାଞ୍ଚ ହାତରେ ବର୍ତ୍ତମାନ ସୁଦ୍ଧା ଲାଗି ନାହିଁ ।

Share

Leave a Reply

Your email address will not be published. Required fields are marked *

5 × 5 =