ମାନସ ହତ୍ୟା ମାମଲା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ

କ୍ୟାମେରାମ୍ୟାନ   ମାନସ ସ୍ବାଇଁ  ହତ୍ୟା ମାମଲାର ତଦନ୍ତ  କରିବ  କ୍ରାଇମବ୍ରାଞ୍ଚ  । ଏ ନେଇ  ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି।ସମସ୍ତ କାଗଜପତ୍ର  କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। କ୍ରାଇମବ୍ରାଞ୍ଚର ୨ଟି ଟିମ୍‌ ତଦନ୍ତ କରିବ । ତଦନ୍ତ ପାଇଁ ଗଠନ ହେଲା କ୍ରାଇମବ୍ରାଞ୍ଚର ୨ଟି ଟେକ୍ନିକାଲ ଟିମ୍‌। ଡିଏସ୍‌ପିଙ୍କ ତତ୍ତ୍ବାବଧାନରେ ଗଠନ ହେଲା ଟିମ୍‌। ଘଟଣାର  ଅନୁସନ୍ଧାନ ପାଇଁ ଚାନ୍ଦବାଲି ଗଲା ଗୋଟିଏ ଟିମ୍‌।ଶର୍ମିଷ୍ଠାଙ୍କୁ ଗିରଫ ପାଇଁ ବାହାରିଲା ଅନ୍ୟ ଏକ ଟିମ୍।

ସୂଚନାଯୋଗ୍ୟ ଯେ ଗତ ଫେବୃୟାରୀ ୭ ତାରିଖରେ ମାନସ ଭଦ୍ରକ ଜିଲା ଚାନ୍ଦବାଲି ଥାନା ପଳାଶପୁର ଗାଁରୁ ଭୁବନେଶ୍ବର ଫେରୁଥିଲେ। ଏହି ସମୟରେ ମାନସଙ୍କୁ ଅପହରଣ କରି ନେଇ ହତ୍ୟା କରି ନୟାଗଡ ଜିଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ବଧିପାଟରା ପାହଡ ନିକଟରୁ ମାତିତଳେ ମୃତଦେହ ପୋତି ଦେଇଥିଲେ। ତେବେ ମାନସ ନିଖୋଜ ନେଇ ଚାନ୍ଦାବାଲି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ମାଟିତଳୁ ମୃତଦେହ ବାହାର କରିଥିଲା। ଏକ ମୋମୋରି ଚିପକୁ ନେଇ କ୍ୟାମେରା ମ୍ୟାନ ମାନସ ସ୍ବାଇଁଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ ପ୍ରାଥିମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହି ଘଟଣାରେ ୫ ଜଣ ଗିରଫ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଓଆଇଏସ ନିରଞ୍ଜନ ସେଠୀ ଗିରଫ ହୋଇଛନ୍ତି। ତେବେ ଏହି ଘଟଣାର ମୁଖ୍ୟ କାର୍ପଟଦାର କୁହାଯାଇଥିବା ଓ୍ବେବ୍ ପୋର୍ଟାଲ ମାଲକାରୀ ଶର୍ମିଷ୍ଠା ରାଉତ ଏବେ ବି ଫେରାର ରହିଛି।

Share

Leave a Reply

Your email address will not be published. Required fields are marked *

eighteen + 12 =