୭ ମାସ ବୃଦ୍ଧି ହେଲା ମମତା’ ପଞ୍ଜୀକରଣ ଅବଧି

ଭୁବନେଶ୍ୱର : ସଂପ୍ରତି କୋଭିଡ-୧୯ ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି । ଏଥିସହିତ ସାରା ଦେଶରେ ଲକଡାଉନ୍ ପରିସ୍ଥିତି ଜାରି ରହିଥିବାରୁ ବହୁ ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରି ଅ ।ସୁଛନ୍ତି । ଏଭଳି କଠିନ ସ୍ଥିତିରେ କୋଭିଡ୍ ମାର୍ଗଦର୍ଶିକାର କଡାକଡି ଅନୁପାଳନ ମଧ୍ୟରେ ସମସ୍ତ ଅଙ୍ଗନବାଡି ସେବା ଜାରି ରଖିବା ଏବଂ ଓଡ଼ିଶାକୁ ଫେରୁଥିବା ସମସ୍ତ ଯୋଗ୍ୟ ପ୍ରବାସୀ ଗର୍ଭବତୀ ଓ ପ୍ରସୂତି ମହିଳା, ୬ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଅଙ୍ଗନବାଡିରେ ପଞ୍ଜୀକରଣ ମାଧ୍ୟମରେ ସମସ୍ତ ସେବା ଯୋଗାଇଦେବାକୁ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।

ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀମତୀ ସାହୁ ଭର୍ଚୁଅ ।ଲ ମାଧ୍ୟମରେ ସାମ୍ପ୍ରତିକ କୋଭିଡ୍ ପରିସ୍ଥିତିରେ ବିଭାଗ ତରଫରୁ ନିଅ ।ଯାଇଥିବା ବିଭିନ୍ନ ପଦକ୍ଷେପର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । ନିଦେ୍ର୍ଦଶକ, ସମନ୍ୱିତ ଶିଶୁବିକାଶ ଏବଂ ସମାଜ କଲ୍ୟାଣ ଅରବିନ୍ଦ ଅଗ୍ରୱାଲ ବର୍ତ୍ତମାନର କୋଭିଡସ୍ଥିତି ଏବଂ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିଭାଗ ତରଫରୁ ନିଅ ।ଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ପ୍ରତି ସାରାଦେଶରେ ଲକ୍ଡାଉନ ସ୍ଥିତି ଲାଗି ରହିଥିବାରୁ ବହୁସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରିଅ ।ସୁଛନ୍ତି । ତନ୍ମଧ୍ୟରେ ଅନେକ ଗର୍ଭବତୀ ମହିଳା ରହିଛନ୍ତି । ସେହିଭଳି ରାଜ୍ୟର ମଧ୍ୟ ଗର୍ଭବତୀ ମହିଳାମାନେ ଲକ୍ଡାଉନ ହେତୁ ମମତା ଯୋଜନାରେ ପଞ୍ଜୀକରଣ କରିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କ ସହାୟତା ନିମନ୍ତେ ଉଦ୍ଦିଷ୍ଟ “ମମତା’ ଯୋଜନାର ନିୟମାବଳୀରେ ସଂଶୋଧନ କରାଯାଇଛି । ପୂର୍ବରୁ ଏହି ସହାୟତା ପାଇବା ନିମନ୍ତେ ପ୍ରଥମ ଗର୍ଭଧାରଣର ୩ ମାସ ମଧ୍ୟରେ ପଞ୍ଜୀକରଣ ହେଉଥିବା ବେଳେ ସମ୍ପ୍ରତି ଏହି ଅବଧିକୁ ୬ ମାସ ପର୍ଯ୍ୟନ୍ତ ଏବଂ ଅତି କଠିନ ସ୍ଥିତିରେ ୭ ମାସକୁ ବୃଦ୍ଧି କରାଯାଇଛି ।

ରାଜ୍ୟକୁ ଫେରୁଥିବା ପ୍ରବାସୀ ମହିଳାମାନେ କୌଣସି ଜାତୀୟ କିମ୍ବା ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରସୂତିକାଳୀନ ସହାୟତା ଯୋଜନାର ଅନ୍ତର୍ଭୁକ୍ତ ନ’ହୋଇଥିଲେ ଓଡ଼ିଶାରେ “ମମତା’ ଯୋଜନାର ସୁଫଳ ପାଇପାରିବେ । ଏଥିପାଇଁ ସେମାନଙ୍କୁ ଏକ ଲିଖିତ ଅଣ୍ଡରଟେକିଙ୍ଗ୍ ଦେବାକୁ ପଡିବ । ମହିଳାମାନଙ୍କ ପାଇଁ ଉଦ୍ଧିଷ୍ଟ ୧୮୧ ହେଲପ୍ଲାଇନ୍ରେ ମଧ୍ୟ “ମମତା’ ଯୋଜନା ସମ୍ବନ୍ଧୀୟ ସମସ୍ତ ଅଭିଯୋଗ ଗ୍ରହଣ କରାଯିବ । ଏ ସମସ୍ତ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖାଯାଇଛି ବୋଲି ନିଦେ୍ର୍ଦଶକ ଶ୍ରୀ ଅଗ୍ରୱାଲ ସୂଚନା ଦେଇଥିଲେ ।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, କୋଭିଡ୍ ମାର୍ଗଦର୍ଶିକାର ଅନୁପାଳନ ମଧ୍ୟରେ ହିତାଧିକାରୀମାନଙ୍କୁ ଘରେ ଶୁଖିଲା ରାସନ ବଣ୍ଟନଠାରୁ ନିୟମିତ ଅଙ୍ଗନବାଡି ସେବା କାର୍ଯ୍ୟକ୍ରମ ଜାରି ରହିଛି । ଯେଉଁଠାରେ ଗର୍ଭବତୀ, ପ୍ରସୂତି ମହିଳା, କିଶୋରୀ କିମ୍ବା ଶିଶୁମାନଙ୍କ ନିକଟରେ କୋଭିଡ୍ର ଲକ୍ଷଣ ପ୍ରକାଶ ପାଉଛି ସେମାନଙ୍କର ତୁରନ୍ତ ପରୀକ୍ଷା, ଚିକିତ୍ସା ଏବଂ ସଙ୍ଗରୋଧରେ ରହିବା ନିମନ୍ତେ ବ୍ୟବସ୍ଥା କରାଯାଉଛି । ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର, ଶିଶୁଯତ୍ନ ଅନୁଷ୍ଠାନ, ୱାନ୍ ଷ୍ଟପ୍ ସେଣ୍ଟର, ଅ ।ଶ୍ରୟ ଗୃହ, ସ୍ୱଧାର ଏବଂ ଉଜ୍ଜ୍ୱଳା ଗୃହରେ ରହୁଥିବା ଅନ୍ତେବାସୀମାନଙ୍କ ନିମନ୍ତେ ପଯର୍ୟାପ୍ତ ପରିମାଣର ମାସ୍କ, ସାନିଟାଇଜର, ସାବୁନ୍ ଅ ।ଦି ଯୋଗାଇଦେବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରାଯାଇଛି । ସେହିଭଳି ଏହିସବୁ ଅନୁଷ୍ଠାନକୁ ନିୟମିତ ବିଶୋଧନ କରିବା, ଅନ୍ତେବାସୀମାନଙ୍କ ଦ୍ୱାରା ବ୍ୟବହୃତ ଅ ।ସବାବପତ୍ର, ଶୌ·ଳୟ, ରନ୍ଧନ ଗୃହ ଅ ।ଦିର ପ୍ରତ୍ୟହ ସଫେଇ କରିବା ସହ ସେମାନଙ୍କୁ ସମସ୍ତ ସ୍ୱଚ୍ଛତା ଅବଲମ୍ବନପୂର୍ବକ ଖାଦ୍ୟ ପରସିବାକୁ ସୁନିଶ୍ଚିତ କରାଯାଇଛି ।

ମନ୍ତ୍ରୀ ଶ୍ରୀମତୀ ସାହୁ ତୁରନ୍ତ ପ୍ରବାସୀ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରି ଅଙ୍ଗନବାଡିରେ ପଞ୍ଜୀକରଣ କରିବା ସହ ସେମାନଙ୍କୁ ସମସ୍ତ ସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ । ଏଥିସହ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଅ ।ଇସିଡିଏସ୍ କାଯର୍ୟକର୍ତ୍ତା କିଭଳି କୋଭିଡ୍ରେ ନିଜକୁ ସୁରକ୍ଷିତ ରଖିପାରିବେ, ସମସ୍ତ କୋଭିଡ୍ ନିୟମାବଳୀର ସଠିକ୍ ଅନୁପାଳନ କରାଯିବ ଏବଂ ଲକ୍ଷଣଯୁକ୍ତ କ୍ଷେତ୍ର କର୍ମ·ରୀମାନଙ୍କୁ ତୁରନ୍ତ କୋଭିଡ୍ ପରୀକ୍ଷା କରି ଚିକିତ୍ସା ସେବା ଯୋଗାଇ ଦିଅ ।ଯିବ ତାହା ଉପରେ ଗୁରୁତ୍ୱ ଦେବାକୁ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । 

ଆଜିର ବୈଠକରେ ବିଭାଗୀୟ ଯୁଗ୍ମ ଶାସନ ସଚିବ ରଶ୍ମୀରଞ୍ଜନ ନାୟକ, ଧରଣୀଧରନନ୍ଦ, ନିତ୍ୟାନନ୍ଦ ବାରିକ, ରେଗା ଗୀତାରାଣୀ ପଟ୍ଟନାୟକଙ୍କ ସହ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

17 + seventeen =