ନିୟମକୁ ହେଜ୍ଞାନ କରିବାରୁ ୫୦ ହଜାର ଫାଇନ୍

ସମ୍ବଲପୁର()  ସମ୍ବଲପୁର ସ୍ଥିତ ଆନନ୍ଦ ସୁପର ବଜାର ବିରୋଧରେ ୫୦ ହଜାର ଟଙ୍କାର ଜରିମାନା କରିଛି ପ୍ରଶାସନ । ସୋମବାର ସଂଧ୍ୟାରେ ଏହି ମଲର ଖୋଲା ଥିବାରୁ ଏହି ଫାଇନ୍ କରାଯାଇଛି । ପୂର୍ବରୁ କରୋନା ପାଇଁ ମଲ୍ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଥିଲା । କରୋନାକୁ ସତର୍କତା ପଦକ୍ଷେପ ମୂଳକ ସ୍କୁଲ, ସିପଂ ମଲ୍, ଜିମ୍ ଆଦି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ସବୁଠାରୁ ବଡ଼ କଥା ହେଲା କି, ‘ବିଶ୍ୱ ମହାମାରୀ’ କରୋନା ରାଜ୍ୟ ବିପର୍ୟ୍ୟୟ ଘୋଷଣା ପରେ ପରେ ଗତକାଲି ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କତାକୁ ବଢ଼ାଇ ଦେଇଛନ୍ତି ରାଜ୍ୟସରକାର । ତେବେ ଏହାରି ଭିତରେ ରାଜ୍ୟ ସରକାରଙ୍କ କଡ଼ା ବାରଣ ପରେ ମଧ୍ୟ ନିୟମକୁ ହେଜ୍ଞାନ କରିଥିଲା ସମ୍ବଲପୁର ସ୍ଥିତି ସୁପର ବାଜର ।

Share

Leave a Reply

Your email address will not be published. Required fields are marked *

five + 14 =