ଶିଶୁଙ୍କୁ ମଣିଷ କର, ମେସିନ ନୁହେଁ : ଅରୁଣ

ଭୁବନେଶ୍ବର () ପରିବର୍ତ୍ତି ଶିକ୍ଷା ବ୍ୟବସ୍ଥାରେ ଧିରେ ଧିରେ ଶିଶୁମାନେ ମେସିନ ହୋଇଯାଉଛନ୍ତି । ଖେଳ କୁଦ ମଉଜ ମଜଲିସ ସମୟରେ ସେମାନେ ମେସିନ ଭଳି ସକାଳ 6ଟାରୁ ସ୍କୁଲ ଯାଉଛନ୍ତି । ସ୍କୁଲରୁ ଫେରି ଟ୍ୟୁସନ ତାପରେ ସ୍କୁଲ ଓ ଟ୍ୟୁସନର ହୋମୱାର୍କ । ଏଭିତରେ ଶିଶୁମାନେ ନିଜର ଶୈଶବକୁ ହଜେଇ ଦେଉଛନ୍ତି । ଧିରେ ଧିରେ ସେମାନଙ୍କ ଜୀବନ ଶୈଳୀ ମଧ୍ୟ ଏକ ମେସିନ ଭଳି ହୋଇଯାଉଛି । ତେଣୁ ସେମାନଙ୍କୁ ଉତ୍ତମ ମଣିଷ କର, ମେସିନ କରନାହିଁ । ପିକକ ପକ୍ଷରୁ ଆୟୋଜିତ ଶିଶୁ ମେଳାର ଉଦଘାଟନୀ ଉତ୍ସବରେ କୃଷି ଓ ଉଚ୍ଚଶିକ୍ଷାମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଅଭିଭାବକମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି ।

ଶିକ୍ଷା ବ୍ୟବସ୍ଥାରେ ସୃଷ୍ଟି ହୋଇଥିବା ମଣିଷକୃତ ପ୍ରତିଯୋଗିତା ମଧ୍ୟରେ ବାପା ମା ମାନେ ପିଲାମାନଙ୍କୁ ଭଲ ପାଠପଢାଇବା ପାଇଁ ଘରୋଇ ସ୍କୁଲରେ ନାମ ଲେଖାଉଛନ୍ତି । ଏହାଦ୍ବାରା ପିଲାମାନେ ଭଲ ପାଠ ସିନା ପଢୁଛନ୍ତି ଓ ପ୍ରତିଯୋଗିତା ମନୋଭାବ ନେଇ ବଢୁଛନ୍ତି । କିନ୍ତୁ ସେମାନେ ଭଲ ମଣିଷ ଟିଏ ହୋଇପାରୁନାହାଁନ୍ତି । ପରିବାର, ବନ୍ଧୁବାନ୍ଧବ, ସାଙ୍ଗ ସାଥୀ ଓ ଆତ୍ମୀୟଙ୍କ ଠାରୁ ଦୂରେଇ ଯାଇ ନିଜସ୍ବ ଏକ ମିଣିଷକୃତ ମେସିନ ପରିବେଶ ମଧ୍ୟରେ ସୀମିତ ହୋଇ ରହିଯାଉଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି ଯେ, ଖେଳିବା କୁଦିବା ଏବଂ ପରିବାର ଓ ଆତ୍ମୀୟଙ୍କ ଅନ୍ତରଙ୍ଗ ହେବା ବୟଷୟରେ ଛୋଟ ଛୋଟ ପିଲାମାନେ କାନ୍ଧ ଭାଙ୍ଗିଯାଉଥିବା ବହି ବସ୍ତାନି ଧରି ସ୍କୁଲ ଦୌଡୁଛନ୍ତି । ରାତିରେ ସ୍କୁଲ ଓ ଟ୍ୟୁସନ ହୋମୱାର୍କ ସାରି ଶୋଇଲା ବେଳକୁ ରାତି 12ଟା । ସକଳ 5ଟାରୁ ଉଠି ଆଖି ମଳିମଳି କୌଣସି ମତେ ଡ୍ୟୁଟି ବଜେଇବା ପାଇଁ ନିତ୍ୟକର୍ମ ସାରି ପିଲାମାନଙ୍କୁ ସ୍କୁଲ ହତା ମଧ୍ୟକୁ ଅଭିଭାବକମାନେ ଠେଲି ଦଉଛନ୍ତି । ବୋଧହୁଏ ଅଭିଭାବକମାନେ ବୁଝିପାରୁନାହାଁନ୍ତି ଏହାଦ୍ବାରା ପିଲାଟି ଓ ନିଜେ ତାର ବାପା ମା ତାର ଶୈଶବକୁ ମନଭରି ଉପଭୋଗ କରିପାରୁନାହାଁନ୍ତି । ପାଠ ପଢି ଚାକିରି କରିବା ପାଇଁ ପିଲାଟି ଅଢେଇ ବର୍ଷରେ ପହଁଚୁ ପହଁଚୁ ତାକୁ ମେସିନ କରିଦିଆଯାଉଛି । ପିଲାର ଭଲ ପାଇଁ ଅଭିଭାବକମାନେ ଏଭଳି ମନୋବୃତିରୁ ଦୂରେଇ ରୁହନ୍ତୁ, ପାଠ ପଢିବାକୁ ବୟଷ ସରିଯାଉନି । କିନ୍ତୁ ଶୈଶବ ଥରେ ଗଲେ ଆଉ ଫେରିବେନି ।

Share

Leave a Reply

Your email address will not be published. Required fields are marked *

4 × 4 =