ଆଜିଠୁ ଆରମ୍ଭ ହେଲା ମେକ୍ ଇନ୍ ଓଡିଶା କନକ୍ଲେଭ 

ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଲା ମେକ୍ ଇନ୍ ଓଡିଶା କନକ୍ଲେଭ । କନକ୍ଲେଭରେ ଦେଶ ବିଦେଶର ପ୍ରାୟ ୮୦୦ ଶିଳ୍ପ ସଂସ୍ଥାର ପ୍ରତିନିଧମାନେ ଦେଇଥିଲେ । ୫ ଦିନ ଧରି ହେବାକୁ ଥିବା ଏହି କାର‌୍ୟ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ବରରେ ପହଞ୍ଚି ଥିଲେ ଦେଶବିଦେଶର ଅନେକ ଶିଳ୍ପପତି ଓ ଉଦ୍ୟୋଗଜଗତର ବିଶେଷଜ୍ଞ। ସହର ମଧ୍ୟ ବିଦେଶୀ ଅତିଥିଙ୍କୁ ଆକର୍ଷିତ କରିବା ପାଇଁ ସଜେଇ ହୋଇ ସାରିଛି। ସରକାର ମେକ୍ ଇନ୍ ଓଡ଼ିଶାର ଦ୍ବିତୀୟ ସଂସ୍କରଣକୁ କେବଳ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଲାଗି ଆୟୋଜନ କରିନାହାନ୍ତି, ବରଂ ଓଡ଼ିଶାର ଶକ୍ତି ଓ ସାମର୍ଥ୍ୟକୁ ବିଦେଶୀ ନିବେଶକମାନଙ୍କୁ ଜଣାଇବା ପାଇଁ ଏହାର ଆୟୋଜନ କରିଛନ୍ତି। ଫଳରେ ଏହା ଶିଳ୍ପପତିଙ୍କ ପାଇଁ ଏକ ଅନନ୍ୟ ପ୍ଲାଟଫର୍ମ ଯୋଗାଇବ ବୋଲି ଆଶା ରହିଛି ।
ଏହି ମେଗା ଇଭେଂଟ ପାଇଁ ଭୁବନେଶ୍ୱର ଜନତା ମଇଦାନରେ ହୋଇଛି ବ୍ୟାପକ ଆୟୋଜନ । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ କିପରି ବାତାବରଣ ରହିଛି, ତାକୁ ସୋ’ କେସ୍ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏହି କନକ୍ଲେଭରେ ଦେଶ ବିଦେଶର ପ୍ରାୟ ୮୦୦ ଶିଳ୍ପ ସଂସ୍ଥାର ପ୍ରତିନିଧି ଯୋଗ ଦେଇଥିଲେ । ଶିଳ୍ପପତି, ନିବେଶକମାନଙ୍କର ଏହା ହେବ ମହାସମାଗମ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ, ଗୌତମ ଆଦାନି, କୁମର ମଙ୍ଗଳମ ବିର୍ଲା, ଆନନ୍ଦ ମହିନ୍ଦାଙ୍କ ଭଳି ଦେଶର ବଡ଼ ବଡ଼ ଶିଳ୍ପ ଟାଇକୁନ୍ ମଧ୍ୟ ସାମିଲ ହେବେ ଏହି ଶିଳ୍ପ ମହାକୁମ୍ଭରେ । ପ୍ରାୟ ଅଢେଇ ଲକ୍ଷ କୋଟିର ପୁଂଜିନିବେଶ ପ୍ରସ୍ତାବ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।
୫ ଦିନ ଧରି ଚାଲିବ ଏହି ଶିଳ୍ପ ମହାକୁମ୍ଭ । ନିବେଶକ ସମିଳନୀ ହେବା ସହ ଏଥିରେ ଓଡ଼ିଶାର କଳା ସଂସ୍କୃତି, ଐତିହ୍ୟ ଓ ପର‌୍ୟ୍ୟଟନ କ୍ଷେତ୍ରର ମଧ୍ୟ ପ୍ରଦର୍ଶନୀ କରାଯିବ । ମହାକୁମ୍ଭ ସମୟରେ ପୁଲିସ ଯେଭଳି ସୁରକ୍ଷାକୁ ଗୁରୁତ୍ବ ଦେଇଛି ସେଭଳି ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ହୋଇ ଉଠିଛି। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ୨୪ ଘଣ୍ଟିଆ ପ୍ରସ୍ତୁତ ରହିଛି। ଏଥିପାଇଁ ୬ଜଣ ଅଗ୍ନିଶମ ଅଧିକାରୀ ଓ ୬୦ଜଣ ଆଗ୍ନିକ ଦାୟୀତ୍ବରେ ରହିଛନ୍ତି।
ଜନତା ମଇଦାନରେ ଶିଳ୍ପପତି, ବିଶେଷଜ୍ଞ, ସାଧାରଣ ଲୋକ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କ ପ୍ରବେଶ ପାଇଁ ୩ଟି ଭିନ୍ନ ଭିନ୍ନ ଗେଟ୍ କରାଯାଇଛି। ସେଗୁଡ଼ିକ ହେଲା କଳିଙ୍ଗ, ଏକାମ୍ର ଓ ବାରବାଟି ଗେଟ୍। କଳିଙ୍ଗ ଗେଟ୍ ଦେଇ ସାଧାରଣ ଲୋକ ସମ୍ମିଳନୀ ସ୍ଥଳକୁ ପ୍ରବେଶ କରିବେ। ସ୍ୟାଣ୍ଡିସ ଟାୱାର ପଟେ ଏହି ଗେଟଟି ରହିଛି। ସେହିଭଳି ଏକାମ୍ର ଗେଟଟି ସ୍ବସ୍ତି ପ୍ରିମ୍ରିୟମ ପଟେ ହୋଇଛି।

Share

Leave a Reply

Your email address will not be published. Required fields are marked *

five × five =