ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି

ପୁରୀ: ପୁରୀ ମାଉସୀ ମା’ ମନ୍ଦିରରୁ ବଡ଼ ଧରଣର ଚୋରି । କିଛିଦିନ ତଳେ ରାମଚଣ୍ଡୀଙ୍କ ମନ୍ଦିରରୁ ଚୋରି ପରେ ଆଜି ବଡଦାଣ୍ଡର ବଳଗଣ୍ଡି ନିକଟରେ ଥିବା ମାଉସୀମା ମନ୍ଦିରରୁ ହୋଇଛି ଚୋରି । ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟର ତାଲା କାଟି ପଶିଛନ୍ତି ଲୁଟେରା । ପୁଣି ଭିତରେ ୩ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରି ଲୁଟ୍ କରିଛନ୍ତି । ମନ୍ଦିରର ହୁଣ୍ଡି ଭାଙ୍ଗି ପ୍ରାୟ ୩୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଭିତର ଗଡ଼ରେଜ ଭାଙ୍ଗି ମା’ଙ୍କ ରୂପା ଅଳଙ୍କାର ଓ ଦାତା ଦେଇଥିବା ଶାଢୀ ସବୁକୁ ଚୋରି କରି ନେଇଯାଇଛନ୍ତି । ଘଟଣାସ୍ଥଳରେ କୁମ୍ଭାରପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପକ୍ଷେ ମାଉସୀ ମା’ ମନ୍ଦିରରୁ ଚୋରି ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଗଜପତି କହିଛନ୍ତି, ଚୋରି ଘଟଣା ସମ୍ପର୍କରେ ଶୁଣି ମୁଁ ଆଶ୍ଚର୍ଯ୍ୟ । ଅଭିଯୁକ୍ତଙ୍କ ଧରିବାକୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ । ଶ୍ରୀକ୍ଷେତ୍ର ଭଳି ଧାର୍ମିକସ୍ଥଳରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି ଗଜପତି ।

Share

Leave a Reply

Your email address will not be published. Required fields are marked *

fifteen − 1 =