୧୯ ଜଣଙ୍କୁ ଆଜୀବନ ଜେଲ

 ବ୍ରହ୍ମପୁର()  ବ୍ରହ୍ମପୁର କୁଲଟା ହତ୍ୟାକାଣ୍ଡ ମାମଲାରେ ୧୯ ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୧ କୋର୍ଟ। ୨୦୦୭ କୁଲଟା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ମହେଶ୍ୱର ସାସମଲଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ମୋଟ୍ ୧୯ ଜଣ ଅଭିଯୁକ୍ତ ଥିଲେ। ତେବେ ମାମଲା ଚାଲିବା ଭିତରେ ଜଣଙ୍କ ମୃତ୍ୟୁ ହୋଇସାରିଛି।

କୁଲଟା ଗ୍ରାମର ମହେଶ୍ୱର ବିଭିନ୍ନ ଅପରାଧିକ କାର୍ୟ୍ୟକଳାପରେ ସାମିଲ ଥିଲେ । ଯାହାକୁ ନେଇ ଗାଁରେ ଶାନ୍ତି କମିଟି ଗଠନ ହୋଇଥିଲା । ତେବେ ୨୦୦୭ ମସିହାରେ ଏହି କମିଟିର ୧୯ ଜଣ ମହେଶ୍ଵରଙ୍କ ଉପରେ ଆକ୍ରମଣ କରିଥିଲେ । ଯାହାଫଳରେ ମହେଶ୍ୱରଙ୍କର ମୃତ୍ୟୁ ହୋଇଯାଇଥିଲା ।ସଦର ଥାନାରେ ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ୧୯ ଜଣଙ୍କୁ ଗିରଫ କରିଥିଲା ।

Share

Leave a Reply

Your email address will not be published. Required fields are marked *

7 − three =