ବିକ୍ରମ କେଶରୀ ବର୍ମାଙ୍କ ପରଲୋକ

ଭୁବନେଶ୍ୱର: ବିଜେଡି ନେତା ତଥା ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ପରଲୋକ ହୋଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ଝିଅ କ୍ରିଷ୍ଣା କୁମାରୀ ବର୍ମା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ମାହାଙ୍ଗାରେ ବିଧାୟକ ଥିଲେ । ବିଜେଡିର ସେ ଜଣେ ଟାଣୁଆଁ ନେତା ଭାବେ ପରିଚିତ । ସେପଟେ ସେ ଜଣେ ଶିକ୍ଷକ ନେତାଭାବେ ମଧ୍ୟ ରାଜ୍ୟରେ ପରିଚିତ । ତାଙ୍କ ଖବର ପାଇବା ପରେ ରାଜ୍ୟ ରାଜନୀତି ଓ ବୁଦ୍ଧିଜୀବୀଙ୍କ ମହଲରେ ଖେଳି ଯାଇଛି ଶୋକର ଛାୟା ।

Share

Leave a Reply

Your email address will not be published. Required fields are marked *

seventeen − one =