ପ୍ରଫୁଲ୍ଲଙ୍କ ମୃତ୍ୟୁକୁ ନେଇ ବିଜେପିର ହତ୍ୟା ଅଭିଯୋଗ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା ପରେ ତେଜୁଛି ରାଜନୀତି | ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟଣା ନେଇ ବିଜେପି ହତ୍ୟା ଅଭିଯୋଗ ଆଣିଛି । ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଥିବା ବିଜେପି କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ଅଭିଯୋଗ କରିଛନ୍ତି । ବିଧାୟକଙ୍କ ଟ୍ରାନ୍ସପୋର୍ଟ ଅଫିସ ସାମ୍ନାରୁ ପ୍ରଫୁଲ୍ଲଙ୍କ ମୃତଦେହ ମିଳିଛି ।ପ୍ରକାଶ ଅଭିଯୋଗରେ ପ୍ରଶ୍ନ କରିଛନ୍ତି କି ମୁଖ୍ୟ ଅଭିଯୁକ୍ତ ଥିଲେ କେଉଁଠି, ତାଙ୍କୁ କେଉଁମାନେ ଲୁଚାଇ ରଖିଥିଲେ।

ସଭାପତି ପ୍ରକାଶ ବେହେରାଙ୍କ କହିବା ଅନୁଯାୟୀ, ପ୍ରଫୁଲ୍ଲ ବହୁତ କଥା ଜାଣିଥିଲେ,କଥା ପ୍ରଘଟ ଆଶଙ୍କାରେ ହତ୍ୟା ହୋଇଛି ବୋଲି ସେହି ଆଶଙ୍କାରେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ବୋଲି ପ୍ରକାଶ କହିଛନ୍ତି। କଟକ ଜିଲ୍ଲା ସାଲେପୁରରେ ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ଫେରାର ଥିବା ବେଳେ କାଲି ବିଳମ୍ବିତ ରାତିରେ ହଠାତ୍‌ ରହସ୍ୟଜନକ ଭାବେ ତାଙ୍କର ଟ୍ରକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।

ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ଥାନା ଅଧୀନ ନୂଆ ବନ୍ଦାଳ ଛକ ନିକଟରେ ଏକ ଟ୍ରକ୍‌ ଚାପାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ପୋଲିସ‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣାରେ ବ୍ୟକ୍ତିଙ୍କ ମୁଣ୍ଡ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିବା ବେଳେ ତାକୁ ଚିହ୍ନଟ କରିବା ସମ୍ଭବପର ହୋଇପାରି ନ ଥିଲା। ପୋଲିସ ମୃତଦେହକୁ ଜବତ କରି କଟକ ଏସ୍‌ସିବିରେ ରଖିଛି। ହେଲେ ଏହା ପ୍ରଫୁଲ୍ଲଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଥିଲା । ତେବେ ଟାଙ୍ଗୀ ପୋଲିସ ଉପସ୍ଥିତିରେ ଆଜି ପ୍ରଫୁଲ୍ଲଙ୍କ ପରିବାର ଲୋକେ ତାଙ୍କ ମୃତଦେହକୁ ଚିହ୍ନଟ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

19 − 18 =