ଅଗଷ୍ଟ ୮ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର() ଆସନ୍ତା ଅଗଷ୍ଟ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବାକୁ ଦିନ ଧାର୍ୟ୍ୟ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ମହାନଦୀ ଟ୍ରିବୁ୍ୟନାଲରେ ମାମଲାର ଶୁଣାଣି କରାଯାଇଥିଲା । ତେବେ ଏହି ଅବସରରେ ମହାନଦୀ ଜଳ ବିବାଦ ନେଇ ଟ୍ରିବୁ୍ୟନାଲ ଇସୁ୍ୟ ଫ୍ରେମ କରିଛନ୍ତି । ସବୁ ପକ୍ଷର ଦାବି ଶୁଣିବା ପରେ ଟ୍ରିବୁ୍ୟନାଲ ୪୦ରୁ ୪୫ଟି ଇସୁ୍ୟ ଫ୍ରେମ କରିଛନ୍ତି । ଆଜି ଟ୍ରିବୁ୍ୟନାଲରେ ଓଡ଼ିଶା, ଛତିଶଗଡ଼, ଝାରଖଣ୍ଡ ଓ ମହାରାଷ୍ଟ୍ର ପକ୍ଷରୁ ନିଜ ନିଜର ପକ୍ଷ ରଖିଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି କିଛି ଅତିରିକ୍ତ ଡକୁ୍ୟମେଣ୍ଟ ଦାଖଲ କରାଯାଇଥିଲା । ଛତିଶଗଡ଼ କେନ୍ଦ୍ରଠୁ ଡକୁ୍ୟମେଣ୍ଟ ଚାହିଁବାରୁ ଟ୍ରିବୁ୍ୟନାଲ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ନୋଟିସ ମଧ୍ୟ କରାଯାଇଛି । ଏହାଛଡ଼ା ଓଡ଼ିଶା ଓ ଛତିଶଗଡ଼କୁ ପରସ୍ପରର ଡକୁ୍ୟମେଣ୍ଟ ଯାଞ୍ଚ ଲାଗି ମଧ୍ୟ ଟ୍ରିବୁ୍ୟନାଲ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ଶୁଣାଣିବେଳେ ଯଦି କିଛି ଇସୁ୍ୟ ଆସେ ତାହା ମଧ୍ୟ ଫ୍ରେମ କରାଯିବ । ଏଥିସହ ଆସନ୍ତା ଅଗଷ୍ଟ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବାକୁ ଦିନ ଧାର୍ୟ୍ୟ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

five × two =