ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କୁ ମିଳିବ ଆଉ ହଜାରେ

ଭୁବନେଶ୍ୱର() ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କୁ ଆଉ ୧ ହଜାର ଟଙ୍କା ମିଳିବ । ରାଜ୍ୟର ୪୮ ଲକ୍ଷ ହିତାଧିକାରୀଙ୍କୁ ଆଉ ୧ ହଜାର ଟଙ୍କା ଲେଖାଏଁ ମିଳିବ ବୋଲି ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ଟଙ୍କା ଆସି ସାରିଛି । ଖୁବଶୀଘ୍ର ଦେବା ବ୍ୟବସ୍ଥା ହେବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ପୂର୍ବରୁ ହିତାଧିକାରୀଙ୍କୁ ୪ ମାସ ପାଇଁ ୧ ହଜାର ଲେଖାଏଁ ମିଳିଥିଲା ।

ସେପଟେ କିନ୍ନରମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରାଯିବ । କିନ୍ନରମାନଙ୍କୁ ମଧୁବାବୁ ପେନସନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । କିନ୍ନରମାନେ ବୟସାନୁସାରେ ୫୦୦ରୁ ୯୦୦ ପର୍ୟ୍ୟନ୍ତ ଭତ୍ତା ପାଇବେ । ଏନେଇ କିନ୍ନରମାନଙ୍କୁ ଆବେଦନ କରିବାକୁ ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଏହି ଯୋଜନାରେ ରାଜ୍ୟର ପ୍ରାୟ ୬ହଜାର କିନ୍ନର ଉପକୃତ ହେବେ ବୋଲି ଜଣାଯାଇଛି ।

Share

Leave a Reply

Your email address will not be published. Required fields are marked *

five − four =