ଆସନ୍ତାକାଲି ରାତି ୧୦ଟା ୩୭ରୁ ଗ୍ରହଣ ଆରମ୍ଭ

ଭୁବନେଶ୍ୱର() ଆସନ୍ତାକାଲି ତଥା ଶୁକ୍ରବାର ରାତି ୧୦ଟା ୩୭ରୁ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ । ଭୋର ୨ଟା ୪୨ ମିନିଟରେ ସର୍ବ ମୋକ୍ଷ ହେବ । ପ୍ରାୟ ୪ ଘଂଟା ଧରି ଆକାଶରେ ଚାଲିବ ଏହି ମହାଜାଗତିକ ଘଟଣା । ତେବେ ଆସନ୍ତାକାଲି ହେଉଥିବା ଚନ୍ଦ୍ର ଗ୍ରହଣ ଆଂଶିକ ଚନ୍ଦ୍ର ଗ୍ରହଣ ହେବ । ପୃଥିବୀ ଦେଖିବ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣ ଓଡିଶା ସମେତ ଭାରତ ତଥା ବିଶ୍ୱର ବିଭିନ୍ନ ଅଂଚଳରେ ଦୃଶ୍ୟମାନ ହେବ । ଚଳିତ ବର୍ଷ ଆକାଶରେ ୪ ଚନ୍ଦ୍ର ଗ୍ରହଣ ଓ ୨ଟି ସୂର୍ୟ୍ୟୋପରାଗ ଦେଖାଯିବ ।

ଆସନ୍ତୁ ଜାଣିବା ଚନ୍ଦ୍ର ଗ୍ରହଣ ହୁଏ କାହିଁକି ? ମହାକାଶରେ ସୂର୍ୟ୍ୟ ଚାରିପଟେ ପୃଥିବୀ ଏବଂ ପୃଥିବୀ ଚାରି ପଟେ ଚନ୍ଦ୍ର ବୁଲିଛି । ବେଳେ ବେଳେ ସୂର୍ୟ୍ୟ ସହ ଅନ୍ୟ ଦୁଇଟି ପିଣ୍ଡ ଏକ ସମତଳ ଓ ଏକ ସରଳରେଖାରେ ରହିଲେ ସୂର୍ୟ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣ ହୋଇଥାଏ । ଏହି ମହାଜାଗତିକ ପିଣ୍ଡମାନେ ବୁଲିବା ସମୟରେ ସୂର୍ୟ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସମତଳ ଓ ଏକ ସରଳରେଖାରେ ରହିଲେ ଚନ୍ଦ୍ର ଗ୍ରହଣ ହୋଇଥାଏ । ଅର୍ଥାତ ପୃଥିବୀର ଛାଇ ପଡୁଥିବା ଅଂଚଳ ଦେଇ ଚନ୍ଦ୍ର ଗତି କରିଥାଏ ।

Share

Leave a Reply

Your email address will not be published. Required fields are marked *

3 × one =