୧୦ରେ ଲଘୁଚାପ : ପାଗ ଅନୁକୂଳ ରହିଲେ ବାତ୍ୟାରେ ପରିଣତ ହେବ

ଭୁବନେଶ୍ୱର: ଆସନ୍ତାକାଲି ଲଘୁଚାପ ସମ୍ଭାବନା । ୧୨ ଘଣ୍ଟାରେ ଘନୀଭୂତ ହୋଇ ଓ୍ୱେଲମାର୍କ ଲୋ-ପ୍ରେସରର ରୂପ ନେବ ଲଘୁଚାପ । ଏହା ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରେ ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ଆନ୍ଧ୍ରପ୍ରଦେଶର କାକିନାଡାରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି । ଯଦି ସେହି ସମୟରେ ପାଣିପାଗ ସ୍ଥିତି ଅନୁକୂଳ ରୁହେ ତେବେ ଲଘୁଚାପ ବାତ୍ୟା ଜଓ୍ୱାଦରେ ପରିଣତ ହେବ । ଏହାର ପ୍ରଭାବରେ ୧୨ ତାରିଖ ବେଳକୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଆରମ୍ଭ ହେବ ।

ବିଶେଷ କରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରରେ ବର୍ଷା ହେବ । ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି ଶହେରୁ ଶହେ କୋଡିଏ କିଲୋମିଟର ହେବାର ସମ୍ଭାବନା ରହିଛି । ତେବେ ବାତ୍ୟା ସମ୍ପର୍କରେ ଆସନ୍ତା ୧୩ କିମ୍ବା ୧୪ ତାରିଖରେ ଚିତ୍ର ସ୍ପଷ୍ଟ ହେବ । ସେପଟେ ରାଜ୍ୟରେ ଜାରି ରହିଛି ଘଡଘଡି ବିଜୁଳି ଜନିତ ବର୍ଷା । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

9 − 4 =