ଆସୁଛି ଲଘୁଚାପ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆସନ୍ତା ୨୦ ତାରିଖ ସୁଦ୍ଧା ଗଜପତି, ଗଞ୍ଜାମ, ଅବିଭକ୍ତ କୋରାପୁଟରେ ସମୁଦାୟ ୧୦୦ ମିଲିମିଟର ବର୍ଷା ହୋଇପାରେ । କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, ଖୋର୍ଦ୍ଧା, ପୁରୀ ଜିଲ୍ଲାମାନଙ୍କର ଦକ୍ଷିଣାଞ୍ଚଳ ସହିତ ବାଲେଶ୍ୱର, ମୟୂରଭଞ୍ଜରେ ୫୦ ମିମି ଓ ବାକି ଅଞ୍ଚଳରେ ହାରାହାରି ୪୦ ମିମି ବର୍ଷା ସମ୍ଭାବନା ଅଛି । ଜୁଲାଇ ୯ରୁ ୨୩ ତାରିଖ ଭିତରେ ରାଜ୍ୟରେ ହାରାହାରି ୧୭୦ ମିମି ବର୍ଷା ହେବା କଥା । ହେଲେ ଏହି ସମୟ ଭିତରେ ହାରାହାରି ୮୫ ମିମି ବର୍ଷା ହୋଇପାରେ । ଏଥିରୁ ଅନୁମାନ କରାଯାଇପାରେ ରାଜ୍ୟରେ ବର୍ଷା ଅଭାବ ସ୍ଥିତି କିଭଳି ବିଗିଡ଼ିପାରେ । ରାଜ୍ୟରେ ଏବେ ବି ୧୬% ବର୍ଷା କମ୍ ରହିଛି । ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି ୨୪୮.୯ ମିଲିମିଟର ବର୍ଷା ହୋଇଛି । ୧୪ ଜିଲ୍ଲାରେ ବର୍ଷା କମ୍ ରହିଛି । ଭଦ୍ରକରେ ୫୭%, ଗଜପତିରେ ୪୯%, ଯାଜପୁରରେ ୪୪%, କେନ୍ଦୁଝରରେ ୩୮% ବର୍ଷା ଅଭାବ ରହିଛି ।

Share

Leave a Reply

Your email address will not be published. Required fields are marked *

15 − one =