ପୁଣି ଓଭରସିଜ୍‌ ବ୍ୟାଙ୍କ ସାମ୍ନାରୁ ଲୁଟ୍

ଭୁବନେଶ୍ୱର() ସୋମବାର ଇଣ୍ଡିଆନ୍ ଓଭରସିଜ୍‌ ବ୍ୟାଙ୍କ ଲୁଟ୍‌ ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ପୁଣି ଏକ ଇଣ୍ଡିଆନ୍ ଓଭରସିଜ୍‌ ବ୍ୟାଙ୍କ ସାମ୍ନାରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । କୁହାଯାଏ ରାଜଧାନୀରେ କମିଶନରେଟ ପୋଲିସ ବହୁତ ପାଓ୍ୱାରଫୁଲ୍‌ । ଅପରାଧ ରୋକିବା ପାଇଁ ଦିନ ରାତି ୨୪ ଘଣ୍ଟରା ଚାରିଆଡ଼େ ପୋଲିସ ପ୍ରହରା ଦେଇଥାଏ । ଗଳିକନ୍ଦିରେ ବି ଦେଖିବାକୁ ମିଳେ ପିସିଆର୍‌ ଭ୍ୟାନ୍‌ । କମିଶନରେଟ୍‌ ପୋଲିସର ବିନା ଅନୁମତିରେ ଏଠାରେ କିିଛି ହୋଇପାରେନି । କିନ୍ତୁ ବାସ୍ତବରେ ଏହା ସମ୍ପୂର୍ଣ୍ଣ ଓଲଟା । ଅପରାଧୀ ବାରମ୍ବାର ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଲୁଟ୍‌ କରୁଛନ୍ତି । ଦିନ ବେଳେ କମିଶନରେଟ୍‌ ପୋଲିସର ନାକ ତଳେ ହେଉଛି ଲୁଟ୍ ।

ନଖରାସ୍ଥିତ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ସମ୍ମୁଖରେ ଜଣେ ଗ୍ରାହକ ଟଙ୍କା ନେଇ ଯାଉଥିବା ବେଳେ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଦିନ ଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରୁ ଦୁର୍ବୃତ୍ତମାନେ ଗ୍ରାହକଙ୍କଠାରୁ ୫ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି । ଗୋଟିଏ ବାଇକ୍‌ରେ ଆସି ଲୁଟେରାମାନେ ଟଙ୍କା ଝାମ୍ପି ନେଉଥିବାର ଭିଜୁଆଲ ମଧ୍ୟ ସିସିଟିଭିରେ କଏଦ ହୋଇଛି । ଟଙ୍କା ଝାମ୍ପି ନୋ ପରେ ସେଠାରେ ଆଖି ପିଛୁଳାକେ ଲୁଟେରା ଉଭାନ୍‌ ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥାଳରେ ପହଞ୍ଚି ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

8 − one =